ଆସାମରେ ବନ୍ୟା କହର ଜାରି, 19 ଜିଲ୍ଲା ପ୍ରଭାବିତ
ଗୌହ୍ୱାଟୀ, 2 ଜୁନ୍ (ହି.ସ.)- ଆସମରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଡିଜାଷ୍ଟର୍ ରିପୋର୍ଟିଂ ଏବଂ ଇନଫର୍ମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟର 19ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟା ଯେ
ଆସାମରେ ବନ୍ୟା କହର ଜାରି,     19 ଜିଲ୍ଲା ପ୍ରଭାବିତ


ଗୌହ୍ୱାଟୀ, 2 ଜୁନ୍ (ହି.ସ.)- ଆସମରେ ବନ୍ୟା

ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଡିଜାଷ୍ଟର୍ ରିପୋର୍ଟିଂ ଏବଂ ଇନଫର୍ମେସନ୍

ମ୍ୟାନେଜମେଣ୍ଟ ସିଷ୍ଟମ୍ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ,

ରାଜ୍ୟର 19ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି।

ବନ୍ୟା ଯୋଗୁ ଗତ 24 ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି,

ଯେଉଁଥିରେ କଛାର ଜିଲ୍ଲାରୁ ଜଣେ ମହିଳା ଓ ଶ୍ରୀଭୂମି

ଜିଲ୍ଲାରୁ ଜଣେ ପୁରୁଷ ଥିବା କୁହାଯାଇଛି।

କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା

ରବିବାର ରାତିରେ ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ବ୍ରହ୍ମପୁତ୍ର (ଡିବ୍ରୁଗଢ଼ ଓ ନିମାତିଘାଟ), ଧନସିରି (ନୁମୁଲିଗଢ଼), କପିଲି (କାମପୁର),

କାଟାଖାଲ (ମାଟିଜୁରି),

ବରାକ୍ (ବି.ପି. ଘାଟ) ଓ କୁଶିୟାରା (ଶ୍ରୀଭୂମି) ନଦୀର

ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande