ଭଦ୍ରକ ଅବକାରୀ ବିଭାଗ ରାଜସ୍ୱ ଆଦାୟରେ ବିଫଳ, ୨୩ ମଦ ବେପାରୀଙ୍କ ଉପରେ ଦୀର୍ଘ ୭ବର୍ଷ ହେବ ୪.୫ କୋଟି ରାଜସ୍ୱ ବାକି,ଚର୍ଚାରେ ଅଧିକାରୀ
ଭଦ୍ରକ, ୨୦ ଜୁନ୍ (ହି.ସ.) - ଭଦ୍ରକ ଅବକାରୀ ବିଭାଗ ସବୁ ଜାଣି ଶୁଣି ନୀରବଦ୍ରଷ୍ଟା ସାଜିଛି। ଏହାର ଏକମାତ୍ର କାରଣ ସଂପୃକ୍ତ ଅଧିକାରୀ ସମସ୍ତ କଥା ଜାଣି ଶୁଣି ନୀରବଦ୍ରଷ୍ଟା ପାଲଟି ଯାଇଛନ୍ତି। ୨୦୧୮-୧୯ ଆର୍ଥିକବର୍ଷରେ ଅବକାରୀ ବିଭାଗ ରାଜସ୍ୱ ଆଦାୟରେ ସଂପୂର୍ଣ ବିଫଳ ହୋଇଥିବା କଥା ଅଡିଟ ରିପୋର୍ଟରେ ଦର
ଭଦ୍ରକ ଅବକାରୀ ବିଭାଗ ରାଜସ୍ୱ ଆଦାୟରେ ବିଫଳ, ୨୩ ମଦ ବେପାରୀଙ୍କ ଉପରେ ଦୀର୍ଘ ୭ବର୍ଷ ହେବ ୪.୫ କୋଟି ରାଜସ୍ୱ ବାକି,ଚର୍ଚାରେ ଅଧିକାରୀ


ଭଦ୍ରକ, ୨୦ ଜୁନ୍ (ହି.ସ.) - ଭଦ୍ରକ ଅବକାରୀ ବିଭାଗ ସବୁ ଜାଣି ଶୁଣି ନୀରବଦ୍ରଷ୍ଟା ସାଜିଛି। ଏହାର ଏକମାତ୍ର କାରଣ ସଂପୃକ୍ତ ଅଧିକାରୀ ସମସ୍ତ କଥା ଜାଣି ଶୁଣି ନୀରବଦ୍ରଷ୍ଟା ପାଲଟି ଯାଇଛନ୍ତି। ୨୦୧୮-୧୯ ଆର୍ଥିକବର୍ଷରେ ଅବକାରୀ ବିଭାଗ ରାଜସ୍ୱ ଆଦାୟରେ ସଂପୂର୍ଣ ବିଫଳ ହୋଇଥିବା କଥା ଅଡିଟ ରିପୋର୍ଟରେ ଦର୍ଶାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଦୀର୍ଘ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ରାଜସ୍ୱ ଆଦାୟରେ ନିଜର ବିଫଳତା ମଧ୍ୟ ଲୋକ ଲୋଚନକୁ ଆସିଛି। ପ୍ରାପ୍ତ ଖବର ଅନୁଯାଇ ୨୦୧୮-୧୯ ଆର୍ଥିକ ବର୍ଷରେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଅଧୀନରେ ଥିବା ୨୩ ଜଣ ମଦ ବେପାରୀ ଅବକାରୀ ନିୟମ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ମାସିକିଆ ବିକ୍ରିରେ ସଂପୂର୍ଣ ବିଫଳ ହୋଇଥିବା ଏହି ଅଡିଟ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ ପକ୍ଷରେ ମାସିକିଆ ବିକ୍ରିରେ ୨୩ଜଣ ବେପାରୀ ବିଫଳ ହୋଇଥିବା ବେଳେ ସଂପୃକ୍ତ ବେପାରୀଙ୍କ ଉପରେ ଅବକାରୀ ବିଭାଗ ୪କୋଟି ୩୫ଲକ୍ଷ ୫ହଜାର ୩୯୭ ଟଙ୍କା ଫାଇନ କରିଥିଲେ। ଏବଂ ଏହି ଫାଇନ କୁ ଶୀଘ୍ର ପ୍ରଦାନ କରିବାକୁ ମଧ୍ୟ ଅଡିଟ ବିଭାଗ ସଂପୃକ୍ତ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଚିଠି କରିଥିଲା। ଏହି ଚିଠି ପାଇବା ପରେ ଅବକାରୀ ଅଧୀକ୍ଷକ ମଧ୍ୟ ଅଫିସ ନିର୍ଦେଶ ଅନୁଯାଇ ରାଜସ୍ୱ ଦେବାରେ ବିଫଳ ହୋଇଥିବା ୨୩ଜଣ ଠିପି ବନ୍ଦ ମଦ ଦୋକାନୀଙ୍କୁ ଏହି ଫାଇନ ଟଙ୍କା ଦାଖଲ କରିବାକୁ ନିର୍ଦେଶ ମଧ୍ୟ ଦେଇଥିଲା। ଇତି ମଧ୍ୟରେ ଦୀର୍ଘ ୭ବର୍ଷ ବିିତି ଯାଇଥିଲେ ମଧ୍ୟ ଭଦ୍ରକ ଅବକାରୀ ଅଧୀକ୍ଷକ ଏହି ରାଜସ୍ୱ ଆଦାୟ କରିବାରେ ସଂପୃର୍ଣ ବିଫଳ ହୋଇଛନ୍ତି। ଇତି ମଧ୍ୟରେ ୨୩ଜଣ ମଦଦୋକନୀଙ୍କ ମଧ୍ୟରୁ କିଛି ଦୋକାନୀଙ୍କ ଲାଇସେନ୍ସର ଅବଧି ଶେଷ ହୋଇଯାଇଛି ଏବଂ ସେହି ସ୍ଥାନରେ ନୂତନ ଦୋକାନ ମାନ ମଧ୍ୟ ଖୋଲାଯାଇଛି।ହେଲେ ଆଜି ପର୍ଯ୍ୟନ୍ତ ଏହି ରାଜସ୍ୱ ଆଦାୟ କରିବାରେ ବିଭାଗୀୟ ଅଧୀକାରୀ ସଂପୂର୍ଣ ବିଫଳ ହୋଇ ପଡିଥିବା ବେଳେ ନୂତନ ଦୋକାନ ମାନ ଖୋଲାଯାଇଛି । ଏଥି ପ୍ରତି ଅବକାରୀ କମିଶନର ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି। ଏଥିସହ ଅବକାରୀ ଆଇନର ୧୦୨ ଧାରା ଅନୁଯାଇ ଗୋଟିଏ ଦୋକାନୀ ଏହି ମାସିକିଆ ରାଜସ୍ୱ ଦେବାରେ ବି‘ଳ ହେଲେ ତାଙ୍କ ପରିବାରର ଅନ୍ୟ କାହାରିଙ୍କ ନାମରେ ନୂତନ ଲାଇସେନ୍ସ ଦେବାର ନିୟମ ନଥିବା ବେଳେ କିପରି ଏହି ଆଇନକୁ ଭଦ୍ରକ ଅବକାରୀ ଅଧୀକ୍ଷକ ସଂପୂର୍ଣ ଫୁ କରି ସେହି ପରିବାରକୁ ନୂତନ ଲାଇସେନ୍ସ ପ୍ରଦାନ କରିଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଅବକାରୀ ଅଧୀକ୍ଷକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ତାହା ସମ୍ଭବ ହୋଇ ପାରି ନଥିଲା।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande