ଆଇନ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର, ୨୦ ଜୁନ୍ (ହି.ସ.)- ଆଇନ ସଚେତନତା କାର୍ଯ୍ୟକ୍ରମ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ-ତଥା-ଜିଲ୍ଲା ନ୍ୟାୟାଧିଶ ଡଃ. ପବିତ୍ର ମୋହନ ସାମଲଙ୍କ ଅନୁମତିରେ ସମରା ଗ୍ରାମ ପଂଚାୟତ, ବଲାଙ୍ଗିର ଠାରେ “ପ୍ରବାସୀ ଶ୍ରମିକମାନଙ୍କର ବିଭିନ
ବଲାଙ୍ଗିର :ଆଇନ ସଚେତନତା କାର୍ଯ୍ୟକ୍ରମ


ବଲାଙ୍ଗିର, ୨୦ ଜୁନ୍ (ହି.ସ.)- ଆଇନ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ-ତଥା-ଜିଲ୍ଲା ନ୍ୟାୟାଧିଶ ଡଃ. ପବିତ୍ର ମୋହନ ସାମଲଙ୍କ ଅନୁମତିରେ ସମରା ଗ୍ରାମ ପଂଚାୟତ, ବଲାଙ୍ଗିର ଠାରେ “ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ବଂଚିବାର ଅଧିକାର ଉପରେ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ଯୋଗଦେଇ ସମାଜରେ ପ୍ରବାସୀ ଶ୍ରମିକ କିଭଳି ଭାବେ ବିଭିନ୍ନ ପ୍ରକାର ସମସ୍ୟାର ଶିକାର ହେଉଛନ୍ତି ଯଥା, ସାମାଜିକ ସୁରକ୍ଷା ଏବଂ ସାସ୍ଥ୍ୟଗତ ଯୋଜନାର ଲାଭ ନେଇପାରନ୍ତି ନାହିଁ । ଶ୍ରୀ ପ୍ରଧାନ କିଭଳି ଭାବେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ ସ୍ଥଳିରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା କରିବା, ସାମାଜିକ ସୁରକ୍ଷା ଯୋଜନା ଲାଗୁ କାରିବା, ଭାଷା ଏବଂ ସଂସ୍କୃତିକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିବା, ଏବଂ ସରକାରଙ୍କୁ ପ୍ରବାସୀ ସୁବିଧା ଯୋଗାଇବା ସହିତ ଆଇନ ସେବା କଣ ଓ ଏହାର ଉପଯୋଗ ହିତାଧିକାରୀ ମାନେ କିଭଳି ଭାବରେ ନେଇ ପାରିବେ ତାହା ଆଲୋକପାତ କରିଥିଲେ । ଏହି ଶିବିରରେ ତୁସୁରା ନ୍ୟାୟାଳୟର ଜେ. ଏମ. ଏଫ. ସି. ହବିବର ରେହମାନ ଯୋଗଦେଇ ପ୍ରତ୍ୟେକ ନାଗରିକ କୁ ସମ୍ମାନଜନକ ଜୀବନ ଅତିବାହିତ ପାଇଁ ଜୀବିକାର ଆବଶ୍ୟକତା ଯଥା ଭୋଜନ, ଆଶ୍ରୟ, କପଡା ସହିତ ଶିକ୍ଷା ଏବଂ ସାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଶିବିରରେ ଆ.ଜେ.ଏମ.ର କର୍ମକତା ଦିପ୍ତି ମନ୍ଦିର ଯୋଗଦେଇ ଶ୍ରମ ଆଇନ ଉପରେ ଦୃଷ୍ଟିପାତ କରିଥିଲେ ।

ଉକ୍ତ ଶିବିରରେ ସ୍ଥାନୀୟ ପି. ଇ. ଓ ଏବଂ ସରଂପଚ ଯୋଗଦେବା ସହିତ ଅଂଚଳବାସୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande