ବିକାଶ ମେଳାର ନବମ ସଂନ୍ଧ୍ୟାରେ, କାଳଜୟୀ ଚଳଚ୍ଚିତ୍ର ଅମଡ଼ା ବାଟ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଦ୍ୱାରା ପ୍ରଦର୍ଶିତ
Bikash mela in 9th Day old odiya film enjoyed
ଫୋଟ


କନ୍ଧମାଳ, ୨୦ ଜୁନ୍‌(ହି.ସ.) – ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ଉପଲକ୍ଷେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଫଳପ୍ରସୂ ପଦକ୍ଷେପ ଏବଂ ପ୍ରଣୀତ ବିବିଧ ଯୋଜନାଗୁଡିକର ଉଦ୍ଦେଶ୍ୟ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ଏବଂ ବହୁବିଧ କଲ୍ୟାଣକାରୀ ଦିଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ଥାନୀୟ କରୋନେସନ୍ ପଡ଼ିଆ, ଫୁଲବାଣୀ ଠାରେ ଆୟୋଜିତ ହୋଇଆସୁଥିବା ଜିଲ୍ଲାସ୍ତରୀୟ ବିକାଶ ମେଳା-୨୦୨୫ ଆଜି ନବମ ଦିବସରେ ଆସି ପହଂଚଛି। ଏହି ଅବସରରେ ଛାୟା ବାଣୀ ପ୍ରତିଷ୍ଠାନ ଦ୍ୱାରା ୧୯୬୪ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଶା ସିନେମା ଜଗତର କାଳଜୟୀ ଚଳଚ୍ଚିତ୍ର ଅମଡ଼ା ବାଟ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା। ଏହି କାଳଜୟୀ ସିନେମାଟି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଦ୍ୱାରା ଓଡ଼ିଆ ଚଳଚିତ୍ର ଅଭିଲେଖାଗାର ଠାରେ ସଂରକ୍ଷିତ କରି ରଖାଯାଇଅଛି । ତା ସହିତ ନିଗମ ଦ୍ୱାରା ପ୍ରସ୍ତୁତ ଆମ ସିନେମା କ୍ୟାଲେଣ୍ଡର ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ଏବଂ ସିଂହ ନୃତ୍ୟ, କୋଟଗଡ଼ ,ଓ.ଏ.ଭି,ଦଣ୍ଡପଦର,ପାଇନ୍ରି, ସୋନପୁର, କୁଟିଆ କୁଇ ନୃତ୍ୟ, ଦଣ୍ଡପଦର ଏ.ଏସ୍‌,ମଣ୍ଡା କିଆ ସରକାରୀ ଉଚ୍ଚବିଦ୍ୟାଳୟ,ପାଣି ସାଂସ୍କୃତିକ ଅନୁଷ୍ଠାନ ଆଦି ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ବିଭିନ୍ନ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରି ଲୋକମାନଙ୍କର ମନୋରଞ୍ଜନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ଶ୍ରୀ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଉପ-ଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ପ୍ରଭାଶ ଚନ୍ଦ୍ର ମହାପାତ୍ର, ଆଇ.ଟି ସହାୟକ ସୈାରଭ ପାତ୍ର , କଳାକାର, କଣ୍ଠଶିଳ୍ପୀ ଓ ଦର୍ଶକମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande