ଜୟପୁର, ୨୦ ଜୁନ୍ (ହି.ସ.) - ବେଧଢକ ଗଛ କଟାକୁ ନେଇ ପ୍ରଧାନଶିକ୍ଷକ ହେଲେ ହଟହଟା । ସ୍କୁଲ ପରିସରରେ ମୂଲ୍ୟବାନ ଶାଗୁଆନ ଗଛ କଟାକୁ ନେଇ ପ୍ରଧାନଶିକ୍ଷଙ୍କୁ ଘେରିଲେ ଗ୍ରାମବାସୀ । ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାକଲପୋଡା ଠାରେ ଶୁକ୍ରବାର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷକ ଆଲୋକ ରଞ୍ଜନ ମହାରଣାଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଗାଁ ଲୋକେ । ଗାଁ ଲୋକଙ୍କ ଅଭିଯୋଗ ଅନୁଯାଇ, ସ୍କୁଲ କୋଠା ନିର୍ମାଣ ନାଁ ରେ ପ୍ରକୃତିକୁ ବଳି ପକାଉଛନ୍ତି ପ୍ରଧାନ ଶିକ୍ଷାକ । କିଛି ଶାଗୁଆନ ଏବଂ ୟୁକାଲିପଟାଶ ଗଛ କଟିବା ପାଇଁ ବନ ବିଭାଗର ଅନୁମତି କାଗଜ ଧରି ନିର୍ଭୟରେ ପଚାଶରୁ ଉର୍ଦ୍ଧ ଗଛ କାଟିଛନ୍ତି । ଆଉ ସେଥି ମଧ୍ୟରୁ ମୂଲ୍ୟବାନ ଶାଗୁଆନ ଗଛ ଦଶ ଟି କଟା ଯାଇଛି । ପ୍ରଧାନଶିକ୍ଷକ ପିଲାଙ୍କୁ ଗଛ ଲଗାଇବା ବଦଳରେ ଗଛ କାଟିବା ପାଇଁ ଶିକ୍ଷା ଦେଉଛନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ପ୍ରଧାନ ଶିକ୍ଷକ ଶ୍ରୀ ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାଳୟ ପରିସରରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ହେବ ଏଣୁ ପରିଚାଳନା କମିଟି ନିଷ୍ପତିକ୍ରମେ ବନ ବିଭଗର ଅନୁମତି ଅନୁଯାଇ ବିଦ୍ୟାଳୟ ପରିସରରେ ଥିବା ଶାଗୁଆନ ଏବଂ ୟୁକାଲିପଟାଶ ଗଛ କଟାଯାଇଛି । କିନ୍ତୁ ଶାଗୁଆନ ଗଛ କିଏ କାଟିଛି କେହି ଜାଣିନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଶାଗୁଆନ ଗଛ କିଏ କାଟିଲା । ଏ ଘଟଣକୁ ନେଇ ବନ ବିଭାଗ କାହିଁକି ଜାଣି ଅଜଣା ।
ହିନ୍ଦୁସ୍ଥାନ ସମାଚାର / ପିକେପି