ସମ୍ବଲପୁର, ୨୦ ଜୁନ୍ (ହି.ସ.) - ବୁର୍ଲା ଇନ୍ଦିରା କ୍ଳବ୍ କଂଗ୍ରେସ କର୍ମୀଙ୍କ ପକ୍ଷରୁ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ୫୫ ତମ ଜନ୍ମ ଦିବସ ଉପଲକ୍ଷେ ବୁର୍ଲାର ବିଭିନ୍ନ ମନ୍ଦିରରେ ୫୫ ଟି ଦୀପ ପ୍ରଜ୍ୱଳନ ସହ ପାଳନ କରାଯାଇଛି। ବସନ୍ତ ବିହାର ସ୍ଥିତ ଶିବ ମନ୍ଦିରରେ ବରିଷ୍ଠ କଂଗ୍ରେସ ନେତା ତଥା ସ୍ୱେଛାସେବୀ ଦଶରଥ ଦାସଙ୍କ ନେତୃତ୍ୱରେ ୫୫ ଦୀପ ଜଳାଇ ରାହୁଲ ଗାନ୍ଧୀଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା। ମନ୍ଦିର ପୂଜକ ଅର୍ଜୁନ ବାବୁ, ନବ ଭଟ୍ଟ, କୁନି ପ୍ରଧାନ, ଦୀପକ ଦାସ, ପ୍ରଶାନ୍ତ ପରିଡ଼ା, ସପନ ବିଶ୍ୱାସ ପ୍ରମୁଖଙ୍କ ସଂଯୋଜନାରେ ଏ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ସେହିପରି ସନ୍ତୋଷୀ କଲୋନୀର ଶିବ ସନ୍ତୋଷୀ ମାତା ମନ୍ଦିର ପରିସରରେ ରାହୁଲ ଗାନ୍ଧୀଙ୍କ ୫୫ ତମ ଜୟନ୍ତୀ ଅନୁରୂପ ଢ଼ଙ୍ଗରେ ପାଳନ କରାଯାଇଥିଲା। ପୂଜକ ଖୋକନ୍ ଭାଇ ଓ ପ୍ରଶାନ୍ତ ମହାନ୍ତିଙ୍କ ନେତୃତ୍ୱରେ ରାହୁଲ ଗାନ୍ଧୀ ନାମରେ ୧୧୦ ଟି ଦୀପ ପ୍ରଜ୍ୱଳନ କରାଯାଇ ତାଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା। ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଆହୁରି ଶକ୍ତିଶାଳୀ ହେଉ ଓ ତାଙ୍କ ନେତୃତ୍ୱରେ ଦେଶ ଓ ଦଶର ପ୍ରଗତି ହେଉ କାମନାରେ ପୂଜା କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପାଢ଼ୀ ଉଭୟ କାର?୍ୟ୍ୟକ୍ରମରେ ଉପସ୍ଥିତ ରହି ରାହୁଲ ଗାନ୍ଧୀଙ୍କ ପାଇଁ ପୂଜା କରିଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ଗୁଦୁ ଉପ୍ପଲଙ୍କ ନେତୃତ୍ୱରେ ବୁର୍ଲା ଗୁରୁଦ୍ୱାରରେ ବି ପୂଜା କରାଯାଇଥିଲା। ସନ୍ଧ୍ୟାରେ ବୁର୍ଲା ମେଡିକାଲର କ୍ୟାନ୍ସର , ଟିବି ୱାର୍ଡର ଅନ୍ତେବାସୀ ରୋଗୀ ଓ ରୋଗୀ ପରିଜନଙ୍କୁ ବିସ୍କୁଟ ଓ ଫଳ ବଂଟନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ