କେନ୍ଦୁଝର, ୨୦ ଜୁନ୍ (ହି.ସ.) - କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥିତ ଜେଲରୋଡରେ ଥିବା କେନ୍ଦୁଝରଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ଶିକ୍ଷାବର୍ଷଠାରୁ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ଯୁକ୍ତ ୨ଶ୍ରେଣୀ ଖୋଲିଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ବିଶେଷ ସଫଳତା ହାସଲ କରିଥିବା ଏହି କେନ୍ଦୁଝରଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ହେଉ ଥିବାବେଳେ ଏହି ନୂତନ ଶ୍ରେଣୀ ଖୋଲିବା ଓ ପାଠ୍ୟକ୍ରମ ପାଇଁ ସମସ୍ତ ଅଭିଭାବକ ଓ ପରିଚାଳନା ସମିତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ,ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓ ଓଡିଶା ଶିକ୍ଷା ବିକାଶ ସମିତିର ପଦାଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ + ୨ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରଛାତ୍ରୀମାନେ ନୂତନ ଭାବରେ ନାମ ଲେଖାଇବେ । ପ୍ରତ୍ୟେକ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୧୨୮ଟି ସ୍ଥାନ ଦିଆଯାଇଛି । ଏହି ମାନ୍ୟତା ପ୍ରାପ୍ତ ହୋଇଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁଜୀଗୁରୁମା, ପରିଚାଳନା ସମିତି ଓ ଅଭିଭାବକଅଭିଭାବିକାମାନେ ଆନନ୍ଦ ପ୍ରକଟ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA