ରାଜ୍ୟ ଓବିସି ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବଲାଙ୍ଗିର, ୨୦ ଜୁନ୍ (ହି.ସ.)- ରାଜ୍ୟ ଓବିସି ମଞ୍ଚ, ବଲାଙ୍ଗୀର ତରଫରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସମ୍ପାଦକ ପ୍ରଦେଶୀ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ହସ୍ତାନ୍ତର କରାଯାଇଥିଲା। ଦାବିପତ୍ରରେ ମୁଖ୍ୟତଃ ନ
ରାଜ୍ୟ ଓବିସି ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


ବଲାଙ୍ଗିର, ୨୦ ଜୁନ୍ (ହି.ସ.)-

ରାଜ୍ୟ ଓବିସି ମଞ୍ଚ, ବଲାଙ୍ଗୀର ତରଫରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସମ୍ପାଦକ ପ୍ରଦେଶୀ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ହସ୍ତାନ୍ତର କରାଯାଇଥିଲା। ଦାବିପତ୍ରରେ ମୁଖ୍ୟତଃ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନ କରାଯାଇଛି, ଓବିସି ଜାତି ଜନଗଣନା କରାଯାଉ। ଶିକ୍ଷା ଓ ଚାକିରି କ୍ଷେତ୍ରରେ ଓବିସିଙ୍କ ପାଇଁ ସମାନୁପାତିକ ସଂରକ୍ଷଣ ପ୍ରଦାନ। ପାର୍ଲିଆମେଣ୍ଟ ଏବଂ ବିଧାନସଭା ନିର୍ବାଚନରେ ଓବିସିଙ୍କ ପ୍ରତିନିଧିତ୍ୱ ନିମନ୍ତେ ସଂରକ୍ଷଣ ।ପଞ୍ଚାୟତିରାଜ ଏବଂ ସମବାୟ ସମିତି ସ୍ତରୀୟ ନିର୍ବାଚନରେ ଓବିସିଙ୍କ ପାଇଁ ସମାନୁପାତିକ ସଂରକ୍ଷଣ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓବିସି ମଞ୍ଚର ସଂଯୋଜକ ସରୋଜ କୁମାର ମେଶ୍ଵା, ବ୍ଲକ ସଂଯୋଜକ ମଧୁସୂଦନ କ୍ଷେତୀ, ସମାଜସେବୀ ଆନନ୍ଦ ପଧାନ ଏବଂ ନବସେତୁ ମାସିକ ପତ୍ରିକାର ସମ୍ପାଦକ ପୂର୍ଣଚନ୍ଦ୍ର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ଓବିସି ସମୁଦାୟର ଅଧିକାର ଓ ସୁବିଧା ନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande