ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ତୃଣମୂଳ ସ୍ତରରେ ଆର୍ôଥକ ଶୃଙ୍ଖଳା ଏବଂ ଆର୍ଥକ ସାକ୍ଷରତାର ବିଶେଷ ଗୁରୁତ୍ୱ ରହିଛି- ଜିଲ୍ଲାପାଳ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ କ୍ଷେତ୍ରସ୍ତରୀୟ ଆର୍ଥକ ସାକ୍ଷରତା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର, ୨୦ ଜୁନ୍‌(ହି.ସ.) – ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ), ଭୁବନେଶ୍ୱର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ନୂତନ ଟାଉନ ହଲରେ ଏକ କ୍ଷେତ୍ରସ୍ତରୀୟ ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମ(ଏଫ୍‌ଏଲ୍‌ଏଫ୍‌ଏଲ୍‌ଇ) ଅନୁଷ୍ଠିତ ହୋଇଯାଇଛି। ଆର୍‌ବିଆଇ ମହାପ୍ରବନ୍ଧକ ଶ୍ରୀମତୀ ଅନିତା
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ କ୍ଷେତ୍ରସ୍ତରୀୟ ଆର୍ଥକ ସାକ୍ଷରତା କାର୍ଯ୍ୟକ୍ରମ:


ସୁବର୍ଣ୍ଣପୁର, ୨୦ ଜୁନ୍‌(ହି.ସ.) – ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ), ଭୁବନେଶ୍ୱର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ନୂତନ ଟାଉନ ହଲରେ ଏକ କ୍ଷେତ୍ରସ୍ତରୀୟ ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମ(ଏଫ୍‌ଏଲ୍‌ଏଫ୍‌ଏଲ୍‌ଇ) ଅନୁଷ୍ଠିତ ହୋଇଯାଇଛି। ଆର୍‌ବିଆଇ ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ, ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ଅନ୍ୟା ଦାସ, ଏସ୍‌ଏଲ୍‌ବିସି ଓଡ଼ିଶାର ଆବାହକ ତଥା ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଗୌତମ ପାତ୍ର ଏବଂ ଏସ୍‌ବିଆଇ ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା ପ୍ରମୁଖ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମହାପ୍ରବନ୍ଧକ ଆର୍‌ବିଆଇ ଶ୍ରୀମତୀ ପଟ୍ଟନାୟକ ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବାସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ତାପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଅଭିଭାଷଣରେ ଆର୍ôଥକ ସାକ୍ଷରତା ଏବଂ ସଚେତନତା ଉପରେ ଗୁରୁତ୍ୱାରୋପ କରିବା ସହ ଏହି ଦିଗରେ ରିଜର୍ଭବ୍ୟାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଦାୟିତ୍ୱପୂର୍ଣ୍ଣ ଋଣ ନେବା, ଆର୍ଥକ ଶୃଙ୍ଖଳା ଏବଂ ତୃଣମୂଳ ସ୍ତରରେ ଆର୍ôଥକ ସାକ୍ଷରତାର ଆବଶ୍ୟକତା ଉପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଦାସ ଗୁରୁତ୍ୱାରୋପ କରିଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ଆର୍ôଥକ ସଚେତନତାର ଆବଶ୍ୟକତା ବିଷୟରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ଟାର୍ଗେଟ୍ ଗୃପରୁ ପ୍ରାୟ ୨୫୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ରିଜର୍ଭ ବ୍ୟାଙ୍କର ବିଭିନ୍ନ ବିଭାଗ ଯଥା ଏଫ୍‌ଆଇଡିଡି, ଡିଓଏସ୍ ଆଇବିଡି ଓ ଆର୍‌ବିଆଇଓର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ôଥକ ଯୋଜନା, ସଂଜୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷା ଋଣ ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ପୋର୍ଟାଲ ଆଦି ଉପରେ ସେମାନଙ୍କର ଅଧିବେଶନ ରଖିଥିଲେ। ଅଂଶଗ୍ରହଣକାରୀଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ୱାରା ନୋଟ୍ ବିନିମୟ ସୁବିଧା ଏବଂ ମୁଦ୍ରାଗୁଡ଼ିକର ଲିଗାଲ ଫେଡର ସମ୍ପର୍କରେ ଅବଗତ କରାଯାଇଥିଲା। ଏହାବ୍ୟତୀତ ବିଭିନ୍ନ ପ୍ରକାର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଫୋନ୍ ମାଧ୍ୟମରେ କୌଣସି ବି ବ୍ୟକ୍ତି ସହିତ ସମ୍ବେଦନଶୀଳ ଆର୍ôଥକ ତଥ୍ୟ ସେୟାର ନକରିବାକୁ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା। ଶେଷରେ ଆର୍‌ବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରାସଙ୍ଗିକ ଲିଫ୍ଲେଟ୍ ବଂଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ, ବୋଧଗମ୍ୟ ତଥା ସରଳ ଅବଗତ ନିମନ୍ତେ ଅଡିଓ ଏବଂ ଭିଜୁଆଲ ବିଷୟବସ୍ତୁ ବ୍ୟବହାର କରାଯାଇଥିଲା। କାର୍ଯ୍ୟକ୍ରମଟି ଇଂଟରଆକ୍ଟିଭ୍ ଥିଲା ଏବଂ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତର ଦିଆଯାଇଥିଲା। ସୁବର୍ଣ୍ଣପୁର ଏଲ୍‌ଡିଏମ୍ ଶ୍ରୀ କାର୍ତିକେଶ୍ୱର ପଣ୍ଡା, ଡିଡିଏମ୍ ଶ୍ରୀ ସତ୍ୟସ୍ୱରୂପ ବେଦାନ୍ତି ଓ ଏଫ୍‌ଏଲ୍‌ସି ଶ୍ରୀ ଦିଲ୍ଲୀପ କୁମାର ମିଶ୍ରଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande