ଯୋଗଗୁରୁ ପୂର୍ଣ୍ଣ ଚନ୍ଦ୍ର ପତି ଓ ଭାଗ୍ୟଲତା ପତିଙ୍କ ପଚାଶ ତମ ବିବାହ ବାର୍ଷିକୀ ପାଳନ
ବ୍ରହ୍ମପୁର, ୨୦ ଜୁନ୍ (ହି.ସ.)- ଯୁଗେ ଯୁଗେ ଯୋଗ ମାନବ ଜୀବନକୁ ସମୃଦ୍ଧ କରେ ବିଶେଷ କରି ମନ ଓ ଶରୀରକୁ ସୁସ୍ଥ ରଖେ ତେଣୁ ଆଜିର ଅତ୍ୟାଧୁନିକ ଯୁଗରେ ଯୋଗର ଅତ୍ୟନ୍ତ ଆବଶ୍ୟକତା ରହିଛି । ଆଜି ସମଗ୍ର ବିଶ୍ବକୁ ଯୋଗ ଶିକ୍ଷା ଭାରତର ଅବଦାନ ବୋଲି ଓଁ କାର ଯୋଗ ଶିକ୍ଷା କେନ୍ଦ୍ର ର ପ୍ରତିଷ୍ଠାତା ଗୁରୁ ପ
ଯୋଗଗୁରୁ ପୂର୍ଣ୍ଣ ଚନ୍ଦ୍ର ପତି ଓ ଭାଗ୍ୟଲତା ପତିଙ୍କ ପଚାଶ ତମ ବିବାହ ବାର୍ଷିକୀ ପାଳନ


ବ୍ରହ୍ମପୁର, ୨୦ ଜୁନ୍ (ହି.ସ.)-

ଯୁଗେ ଯୁଗେ ଯୋଗ ମାନବ ଜୀବନକୁ ସମୃଦ୍ଧ କରେ ବିଶେଷ କରି ମନ ଓ ଶରୀରକୁ ସୁସ୍ଥ ରଖେ ତେଣୁ ଆଜିର ଅତ୍ୟାଧୁନିକ ଯୁଗରେ ଯୋଗର ଅତ୍ୟନ୍ତ ଆବଶ୍ୟକତା ରହିଛି । ଆଜି ସମଗ୍ର ବିଶ୍ବକୁ ଯୋଗ ଶିକ୍ଷା ଭାରତର ଅବଦାନ ବୋଲି ଓଁ କାର ଯୋଗ ଶିକ୍ଷା କେନ୍ଦ୍ର ର ପ୍ରତିଷ୍ଠାତା ଗୁରୁ ପୂର୍ଣ୍ଣଚନ୍ଦ୍ର ପତି ଏବଂ ସହଧର୍ମିଣୀ ଶ୍ରୀମତୀ ଭାଗ୍ୟଲତା ପତିଙ୍କ ପଚାଶ ତମ ବିବାହ ବାର୍ଷିକୀ ପାଳନ ଅବସରରେ ମତବ୍ୟକ୍ତ କରାଯାଇଥିଲା। ଏହି ଅବସରରେ ଅର୍ଜୁନ ହସ କ୍ଳବ୍, ପ୍ରୋବର୍ଶ କ୍ଳବ୍, ଉତ୍କଳ ସମ୍ମିଳନୀ, ବିଜୁ ପଟ୍ଟନାୟକ ସିନିଅର ସିଟିଜନ ଫୋରମ ପ୍ରଭୃତି ଅନୁଷ୍ଠାନର ଆଜୀବନ ବରିଷ୍ଠ ସଦସ୍ୟ ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ପତି ଏବଂ ସହଧର୍ମିଣୀ ଶ୍ରୀମତୀ ଭାଗ୍ୟଲତା ପତିଙ୍କ ପଚାଶ ତମ ବିବାହ ବାର୍ଷିକୀ ପାଳନ ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି l

ଏହି ଉତ୍ସବରେ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା, ସଦସ୍ୟ ସଦସ୍ୟା, ପରିବାର ବନ୍ଧୁ ବାନ୍ଧବ ଏବଂ ପତି ସାର୍ ଙ୍କ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ଅତ୍ୟନ୍ତ ହର୍ଷ ଉଲ୍ଲାସର ସହିତ ଉତ୍ସବ ପାଳନ କରିଥିଲେ। ଏଠାରେ ପ୍ରତ୍ୟେକ ଦିନ ହସିବା ସହ ଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।

ଏହି ବିବାହ ବାର୍ଷିକୀ ଉତ୍ସବରେ ଭାଇ ପ୍ରଦୀପ, କିଶୋର, ଭଉଣୀ ଆଶାଲତା, କୁଞ୍ଜଲତା, ମାଧୁରୀ, ଶଳା ଓ ଶଳା ଭାଉଜ ଜ୍ୟୋତ୍ସ୍ନାରାଣୀ, ସଂଯୁକ୍ତା, ମମତା, ଆଶାଲତା, ପ୍ରେମଲତା, ସୀତାରାମ, ଜୟ, ବିଜୟ,ବିଶ୍ବନାଥ, ଦେବବ୍ରତ, ପୁତ୍ର କୃଷ୍ଣଚନ୍ଦ୍ର କନ୍ୟା ଚପଳା, ଗାୟତ୍ରୀଙ୍କ ସମେତ ଗୌରୀଶଙ୍କର ମିଶ୍ର, ରାଧାକୃଷ୍ଣ ପରିଚ୍ଛା, ଡାକ୍ତର ସମରେନ୍ଦ୍ର ସାହୁ, ଆଶୁତୋଷ ମହାପାତ୍ର, ରାଜ କିଶୋର ସ୍ବାଇଁ, ଦିନବନ୍ଧୁ ଶ୍ରୀପଲ୍ଲବ, ସୂର୍ଯ୍ୟକାନ୍ତ ପାତ୍ର ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ଆନୁଷ୍ଠାନିକ ବ୍ୟକ୍ତି ବିଶେଷ

ବୁଦ୍ଧିଜୀବୀ ଯୋଗଦାନ କରିଥିଲେ l ଶେଷରେ ଶ୍ରୀମତୀ ଭାଗ୍ୟଲତା ପତି ସ୍ବସ୍ତି ପାଠ କରିଥିଲେ l ଦିନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande