ବଲାଙ୍ଗିର, ୨୧ ଜୁନ୍ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ୧୧ତମ ଅନ୍ତର୍ଜାତୀୟ ଯୋଗଦିବସ ପରିପାଳିତ ହୋଇଯାଇଛି I ଜାତୀୟ ସେବା ଯୋଜନା ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ, ବଲାଙ୍ଗିରର ସ୍ୱାସ୍ଥ୍ୟବୃତ୍ତ ଓ ଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଡଃ. ସ୍ନେହଲତା ପ୍ରଧାନ, ବଲାଙ୍ଗିର ଏନସିସି ବାଟାଲିୟନର ସୁବେଦାର ବିନୋଦ କୁମାର ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ I ଅତିଥି ପରିଚୟ ପ୍ରଦାନ କରିଥିଲେ ଏନଏସଏସ ର ପ୍ରୋଗ୍ରାମ ଅଫିସର ଡଃ. ମିନତୀ ଦେବତା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପକ ଅଜିତ କୁମାର ପଣ୍ଡା ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏନସିସି ର ଅଫିସର ନିବେଦିତା ପଟେଲ I
ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ରତିକାନ୍ତ ନାଏକ, ସୌମ୍ୟାଶ୍ରୀ ସାହୁ, ଅଞ୍ଜଳି ଶୁକ୍ଲା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ I ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ତଥା ସରକାରୀ ବାଳିକା ବିଦ୍ୟାଳୟର ଏନସିସି ଛାତ୍ରୀମାନେ ଏବଂ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱିତୀୟ (ଓଡିଶା) ବାଟାଲିୟନ ବଲାଙ୍ଗିରର ଅଧକାରୀ ତଥା କାର୍ଯ୍ଯକର୍ତ୍ତାମାନେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ