ବଲାଙ୍ଗିର, 21 ଜୁନ୍ (ହି.ସ.)
ଆଜି ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଶ୍ଵ ଯୋଗ ଦିବସ -୨୦୨୫ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଧିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଯୋଗଶିକ୍ଷକ ଯୋଗୀନ୍ଦ୍ର ଦାଶ ବିଶ୍ଵ ଯୋଗ ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ତତ୍ପରେ ଦୈନନ୍ଦିନ ଜୀବନରେ ଯୋଗ ପାଇଁ କାର୍ଯ୍ଯ କରିବାକୁ ଶିକ୍ଷକ ଓ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ।
ବିଶ୍ଵ ଯୋଗ ଦିବସର ପ୍ରୋଟୋକଲ ଅନୁସାରେ ଶିକ୍ଷକ ଶ୍ରୀ ଦାସ ଯୋଗ , ପ୍ରାଣାୟମ ,ଆସନ, ସୂର୍ଯ୍ୟ ନମସ୍କାର ଆଦି କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସୁଶିଲ କୁମାର ସେଟ୍, ଦେବଦତ୍ତ ସାହୁ ଆଦି ଯୋଗଦାନ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଆଗ୍ରହ ସହକାରେ ଏଥିରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ