ବୌଦ୍ଧ, 6 ଜୁଲାଇ (ହି.ସ.) ରେଳ ଧାରଣାରେ ଷ୍ଟଣ୍ଟ ଦେଖାଇଲେ ନାବାଳକ l ଜୀବନକୁ ବାଜି ଲଗାଇଲେ ନାବାଳକ l ମୁର୍ଖାମୀର ପରିଚୟ ଦେଲେ ନାବାଳକ , ସହଯୋଗ ଓ ଉତ୍ସାହିତ କରିଥିଲେ ଦୁଇ ସାଙ୍ଗ l ଭାଇରାଲ ହେଲା ଷ୍ଟଣ୍ଟ ଭିଡିଓ l ଖବର ପାଇ ସକ୍ରିୟ ହେଲା ଆରପିଏଫ , ତିନି ନାବାଳକଙ୍କ ଉଠାଇନେଲା ଆରପିଏଫ l ଚଳନ୍ତା ରେଳ ତଳେ ଧାରଣା ଉପରେ ଶୋଇ ରହି ରିଲ କରିବା ମହଙ୍ଗା ପଡ଼ିଲା l ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ବାଉଁସୁଁନି ଥାନା ଅନ୍ତର୍ଗତ ଟାଳୁପାଲି ଗ୍ରାମ ନିକଟରେ l ଖୋର୍ଦ୍ଧା ବଲାଂଗୀର ରେଳପଥ ଟାଳୁପାଲି ରେଳ ଧାରଣାରେ ଗତ ରବିବାର ଦିନ କରାଯାଇଥିଲା ଏହି ଦୁଃସାହସିକ ଷ୍ଟଣ୍ଟ l ରେଳ ଧାରଣା ରେ ରିଳ୍ କରିଥିବା ନାବାଳକ ଜଣକ ହେଲେ ବାଉଁଶୁଣି ଥାନା ଟାଳୁପାଲି ଗ୍ରାମର ସଞ୍ଜୟ ମହାନନ୍ଦ ଙ୍କ ୧୨ ବର୍ଷର ପୁତ୍ର l ଏହାକୁ ଭିଡ ବନାଇଥିଲେ ସେହି ଗ୍ରାମର ଅନ୍ୟଜଣେ ନାବାଳକ ଓ ଏହାସହ ଡାଇରେକ୍ଟର ସାଜିଥିଲେ ଛେଳିବହାଲି ଗ୍ରାମର ଆଉ ଜଣେ ନାବାଳକ । ସମସ୍ତ ଙ୍କୁ ବଲାଙ୍ଗୀର ରେଲୱେ ପୋଲିସ ବାଉଁଶୁଣି ପୋଲିସ ସହାୟତାରେ ଥାନାକୁ ଆଣି ଥାନାରେ ପଚରାଉଚରା କରିଥିବା ବେଳେ ସମସ୍ତଙ୍କୁ ବଲାଙ୍ଗୀର ରେଲୱେ ପୋଲିସ ନିଜ ହେପାଜତକୁ ନେଇଥିବା ଜଣାପଡିଛି। ତେବେ ଦୀର୍ଘ ଦିନ ପରେ ବୌଦ୍ଧ ଜିଲ୍ଲାକୁ ଗଡିଛି ରେଲ ଏହାକୁ ନେଇ ଜିଲ୍ଲା ବାସୀ ଖୁସି ଥିବା ବେଳେ ବର୍ତ୍ତମାନ୍ ଭାଇରାଲ ହେଉଥିବା ଭିଡ଼ିଓ କୁ ଦେଖିଲେ ଉଦ୍ବେଗ ପ୍ରକାଶ ପାଇଛି l ରବିବାର ଦିନ ତିନି ଜଣ ନାବାଳକ ରେଳ ଧାରଣାରେ ରୀଲ୍ କରିଥିବା ଭିଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରଲ ହେଇଛି l ଜଣେ ଚଳନ୍ତା ରେଳ ଧାରଣାରେ ସୋଇପଡିଥିବା ବେଳେ ଜଣେ ଭିଡିଓ ଉତ୍ତୋଳନ କରୁଛି i ଆଉ ଜଣେ ଡାଇରେକ୍ଟର ସାଜି ରେଳ ଚାଲିଥିବା ବେଳେ ଆଉ ଅଳ୍ପ ସମୟ ମୁଣ୍ଡ ବାହାର୍ କରନାହିଁ ବୋଲି କହୁଛି ପାଖାପାଖି ଗୋଟେ ମିନିଟ୍ ର ଭିଡିଓ l କିଛିଦିନ ତଳେ ରେଳ ଧାରଣା ନେଇ ଜଣେ ଗ୍ରାମବାସୀ ନିଜର ଛେଳି ମାନଙ୍କୁ ଧରି ଯାଉଥିବା ବେଳେ ରେଳ ଧକ୍କା ରେ ଅନେକ ଛେଳି ମରିଯାଇଥିଲେ l ବୌଦ୍ଧ ଜିଲ୍ଲାବାସୀଙ୍କ ସାମାଜିକ ଜୀବନ ଓ ଦୈନନ୍ଦିନ ଚଳଣି ରେ ରେଳପଥ ଓ ରେଳ ନୂତନ ଭାବେ ସାମିଲ ହୋଇଥିବାରୁ ରେଳ ବିଭାଗ ଓ ପ୍ରଶାସନ ପକ୍ଷରୁ ବିଶେଷ କରି ରେଳ ଲାଇନ ପାର୍ଶ୍ଵବର୍ତ୍ତୀ ଗ୍ରାମ ଗୁଡିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି l
---------------
ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା