ଭୁବନରେ ମହାପ୍ରଭୁଙ୍କ ସୁନାବେଶ
ଭୁବନ, ୦୬ ଜୁଲାଇ(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନର ତୃତୀୟା ଜୀଉଙ୍କ ସୁନାବେଶ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରଥ ଉପରେ ପ୍ରଭୁଙ୍କର ସମସ୍ତ ନୀତି ସମ୍ପନ୍ନ ହେବାପରେ ସନ୍ଧ୍ୟା ୬ ଘଟିକାରେ ସନ୍ଧ୍ୟାଧୂପ, ଆଳତୀ କରାଯାଇଥିଲା। ପରେ ମୁଖ୍ୟ ପୁରୋଧା ତୁଷାରକାନ୍
ଭୁବନରେ ମହାପ୍ରଭୁଙ୍କ ସୁନାବେଶ


ଭୁବନ, ୦୬ ଜୁଲାଇ(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନର ତୃତୀୟା ଜୀଉଙ୍କ ସୁନାବେଶ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରଥ ଉପରେ ପ୍ରଭୁଙ୍କର ସମସ୍ତ ନୀତି ସମ୍ପନ୍ନ ହେବାପରେ ସନ୍ଧ୍ୟା ୬ ଘଟିକାରେ ସନ୍ଧ୍ୟାଧୂପ, ଆଳତୀ କରାଯାଇଥିଲା। ପରେ ମୁଖ୍ୟ ପୁରୋଧା ତୁଷାରକାନ୍ତି ମିଶ୍ରଙ୍କ ସମେତ ଅନ୍ୟ ସେବାୟତମାନେ ରଥାରୂଢ଼ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ସମସ୍ତ କର୍ମକର୍ତା, ସେବାୟତ, ମାତୃ ମଣ୍ଡଳୀ, ସଙ୍କୀର୍ତନ ମଣ୍ଡଳୀ ଏବଂ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ଧୀରେନ ସ୍ୱାଇଁଙ୍କ ତତ୍ୱାବଧାନରେ ପୋଲିସ କର୍ମଚାରୀ ସୁନାବେଶରେ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande