କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ
କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ
କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ


ସମ୍ବଲପୁର, ୦୬ ଜୁଲାଇ (ହି.ସ.) ସ୍ଥାନୀୟ ଡୁଙ୍ଗୁରିପାଲି ସାହିତ୍ୟ ସାଂସ୍କୃତିକ ସଂସଦ ଏବଂ କବି ଓ କଳାକାର ସଂଘ ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଆଶୁ କବି ବିପ୍ର ଚରଣ ସାହୁଙ୍କ ଆବାହକତ୍ବରେ ଡ଼. ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ସମ୍ପାଦକ ଅମୂଲ୍ୟ ବେହେରାଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଶିକ୍ଷାବିତ କବି ନିରଞ୍ଜନ ପଣ୍ଡା ମୂଖ୍ୟବକ୍ତା ଭାବେ ଯୋଗଦେଇ 'ଗୁରୁଙ୍କ ସେବା ହିଁ, ଇଶ୍ୱରଙ୍କ ସେବା' ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କହିଥିଲେ। କବି ଟିକେଲାଲ୍ ରାଉତଙ୍କ ସମେତ ଶବ୍ଦ ନୃତ୍ୟଗୁରୁ ଗଦାଧର ବରିହା, ଜୟଲାଲ ନାଇକ, ସୁରେଶ ପ୍ରଧାନ, ଲକ୍ଷ୍ମୀଧର ନାଏକ, ଶୁଭଲାଲ ସାହୁ, ମଧୂସୁଦନ ସାହୁ, ରାଧାକାନ୍ତ ଗଡତିଆ, ଇନ୍ଦିରା ସାହୁ, ଧୃବ ବାରିକ ପ୍ରମୁଖ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ପାଠ ଓ ସ୍ମୃତିଚାରଣ କରିଥିଲେ, ଶେଷରେ ଶୁଭଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande