ଭୁବନେଶ୍ୱର, 6 ଜୁଲାଇ (ହି.ସ.)
ଓଡ଼ିଆ
ଧାବକ ଅନିମେଷ କୁଜୁରଙ୍କୁଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ,
ଓଡ଼ିଶାର ଷ୍ଟାର ଆଥଲେଟ ଅନିମେଷ କୁଜୁର , ଗ୍ରୀସରେ ଆୟୋଜିତ ହେଉଥିବା ଡ୍ରୋମିଆ
ଇଣ୍ଟରନ୍ୟାସନାଲ ସ୍ପ୍ରିଣ୍ଟ ଏବଂ ରିଲେ ମିଟ୍ ରେ ପୁରୁଷ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ
୧୦.୧୮ ସେକେଣ୍ଡର ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ଏଭଳି ଉତ୍କର୍ଷତା ପ୍ରଦର୍ଶନ କରି
ରାଜ୍ୟ ତଥା ଦେଶ ପାଇଁ ଆହୁରି ଗୌରବ ଆଣନ୍ତୁ ବୋଲି କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା