କସ୍ତୁରବା ଶିକ୍ଷାଶ୍ରମ ଶିଶୁ ବିଦ୍ୟା ମନ୍ଦିର ପଡ଼ିଆରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଗଜପତି ମହାରାଜଙ୍କ ଯୋଗଦାନ
ଭୁବନେଶ୍ୱର, 21 ଜୁନ୍ (ହି.ସ.)- ପତଞ୍ଜଳି ଯୋଗ ପୀଠ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କସ୍ତୁରବା ଶିକ୍ଷାଶ୍ରମ ଶିଶୁ ବିଦ୍ୟା ମନ୍ଦିର ପଡ଼ିଆରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛଇ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାରାଜା ଗଜପତି ଦିବ୍ୟ ସିଂ ଦେବ ଯୋ
କସ୍ତୁରବା ଶିକ୍ଷାଶ୍ରମ     ଶିଶୁ ବିଦ୍ୟା ମନ୍ଦିର ପଡ଼ିଆରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଗଜପତି ମହାରାଜଙ୍କ ଯୋଗଦାନ


ଭୁବନେଶ୍ୱର, 21 ଜୁନ୍ (ହି.ସ.)- ପତଞ୍ଜଳି ଯୋଗ

ପୀଠ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କସ୍ତୁରବା ଶିକ୍ଷାଶ୍ରମ ଶିଶୁ ବିଦ୍ୟା ମନ୍ଦିର

ପଡ଼ିଆରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛଇ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାରାଜା

ଗଜପତି ଦିବ୍ୟ ସିଂ ଦେବ ଯୋଗଦେଇଛନ୍ତି ।

ଏଠାରେ ଦେଢ଼ ଘଂଟା ଧରି

ଯୋଗ ଅଭ୍ୟାସ କରିଥିଲେ ଲୋକେ। ଯୋଗ ଲୋକଙ୍କ ମାନସିକ, ଶାରୀରିକ ସ୍ତରରେ ମଜଭୁତ କରାଏ। ଯୋଗ ଭାରତର ଅବଦାନ। ଯାହା ଦ୍ୱାରା ଅନେକ ରୋଗରୁ ମଣିଷ

ମୁକ୍ତ ହୋଇପାରିବ ବୋଲି ବାର୍ତା ଦିଆଯାଇଥିଲା। ହଜାର ହଜାର ମହିଳା, ପୁରୁଷ,

ଛୋଟ ପିଲାଙ୍କ ଠୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଯୋଗ

କରିଥିଲେ। ଭଗବାନଙ୍କୁ ଆରାଧ୍ୟ କରାଇବାର ଯୋଗ ଏକ ମାଧ୍ୟମ। ତେଣୁ ଏହି ଯୋଗ ଦିବସ ଅବସରରେ ଗଜପତି

ଦିବ୍ୟ ସିଂ ଦେବ କହିଥିଲେ ପ୍ରତିଦିନ ମଣିଷ ଯୋଗ କରିବା ଦ୍ୱାରା ଦେହ, ମନ

ସୁସ୍ଥ ହେବା ସହ ସାନିଧ୍ୟ ପ୍ରାପ୍ତ ହୋଇଥାଏ। ସେପଟେ ଯୋଗ ଗୁରୁ ତଥା ପତାଞ୍ଜଳି ଯୋଗ ପୀଠ ଓଡିଶା

ମୁଖ୍ୟ ସୁଧାଂଶୁ ଅଧିକାରୀ ଏହି ଯୋଗ ଦିବସର

ମହତ୍ତ୍ଵ ସଂପର୍କରେ ଲୋକଙ୍କୁ ବାର୍ତା ଦେବା ସହ ଆଜି ସମସ୍ତଙ୍କୁ ବିଭିନ୍ନ ଯୋଗ ବାବଦରେ ଶାରୀରିକ ଗତି ବିଧି ସମ୍ପର୍କରେ ସମସ୍ତଙ୍କୁ

ବୁଝାଇଥିଲେ। କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା, ବିଜେପି

ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ସମେତ ଅନେକ ସାଧୁ ସନ୍ଥ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande