ଦୁଇ ବର୍ଷ ପରେ ପ୍ରଥମ ଡାଇମଣ୍ଡ ଲିଗ୍ ଟାଇଟେଲ ଜିତିଲେ ନୀରଜ ଚୋପ୍ରା
ପ୍ୟାରିସ, 21 ଜୁନ୍ (ହି.ସ.) -ଭାରତର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଜାଭେଲିନ୍ ଆଥଲେଟ ନୀରଜ ଚୋପ୍ରା ପୁଣିଥରେ ବିଶ୍ୱ ମଞ୍ଚରେ ନିଜ ପ୍ରଦର୍ଶନ ସାବ୍ୟସ୍ତ କରିଛନ୍ତି। ସେ ପ୍ୟାରିସ୍‌ର ଶାର୍ଲେଟି ଷ୍ଟାଡିୟମ୍‌ରେ ଆୟୋଜିତ ଡାଇମଣ୍ଡ ଲିଗ୍ ମିଟ୍‌ରେ ଶୁକ୍ରବାର ଶ୍ରେଷ୍ଠ
ଦୁଇ ବର୍ଷ ପରେ ପ୍ରଥମ     ଡାଇମଣ୍ଡ ଲିଗ୍ ଟାଇଟେଲ ଜିତିଲେ ନୀରଜ ଚୋପ୍ରା


ପ୍ୟାରିସ, 21 ଜୁନ୍ (ହି.ସ.)

-ଭାରତର ଅଲିମ୍ପିକ

ସ୍ବର୍ଣ୍ଣ ପଦକ ବିଜେତା ଜାଭେଲିନ୍ ଆଥଲେଟ ନୀରଜ ଚୋପ୍ରା ପୁଣିଥରେ ବିଶ୍ୱ ମଞ୍ଚରେ ନିଜ ପ୍ରଦର୍ଶନ

ସାବ୍ୟସ୍ତ କରିଛନ୍ତି। ସେ ପ୍ୟାରିସ୍‌ର ଶାର୍ଲେଟି ଷ୍ଟାଡିୟମ୍‌ରେ ଆୟୋଜିତ ଡାଇମଣ୍ଡ ଲିଗ୍ ମିଟ୍‌ରେ

ଶୁକ୍ରବାର ଶ୍ରେଷ୍ଠ ପ୍ରଦର୍ଶନ କରି, ଦୁଇ ବର୍ଷ ପରେ ତାଙ୍କର ପ୍ରଥମ ଡାଇମଣ୍ଡ ଲିଗ୍ ଟାଇଟେଲ ଜିତିଛନ୍ତି।

ନୀରଜ ତାଙ୍କର ପ୍ରଥମ

ପ୍ରୟାସରେ 88.16 ମିଟର ଦୂର ଜାଭେଲିନ୍ ଥ୍ରୋ କରି ଅଗ୍ରଣୀ ସ୍ଥାନ ହାସଲ କରିଥିଲେ, ଯାହା ଶେଷ ପର୍ଯ୍ୟନ୍ତ ବଳବତର ରହିଥିଲା ଏବଂ ସେ ବିଜେତା ଘୋଷିତ ହେଲେ। ଏହି ଡାଇମଣ୍ଡ ଲିଗ୍

ଇଭେଣ୍ଟ ତାଙ୍କର ଏହି ସିଜନର ଦ୍ୱିତୀୟ ପ୍ରତିଯୋଗିତା ଥିଲା। ଏହା ପୂର୍ବରୁ ସେ ମେ ମାସରେ

ଦୋହାରେ ଅଂଶଗ୍ରହଣ କରିଥିଲେ, ଯେଉଁଠି ସେ ପ୍ରଥମଥର ପାଇଁ 90 ମିଟର ଦୂରି ଅତିକ୍ରମ କରି 90.23 ମିଟର ଜାଭେଲିନ୍

ଫିଙ୍ଗଥିଲେ, ଯାହା ତାଙ୍କର ବ୍ୟକ୍ତିଗତ ସର୍ବୋତ୍ତମ ପ୍ରଦର୍ଶନ ମଧ୍ୟ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande