ସମ୍ବଲପୁର, ୨୨ ଜୁନ୍ (ହି.ସ.)ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଧୀନରେ ଥିବା ଜମନକିରା, କୁଚିଣ୍ଡା ଏବଂ ବାମରା ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଜନ ସାଧାରଣଙ୍କୁ ସମ୍ବଲପୁର ଜିଲ୍ଲା ମଙ୍ଗଳ ଅଧିକାରୀ କାରୀଙ୍କ ତତ୍ବାବଧାନରେ କୁଚିଣ୍ଡା ପି ଏ ଆଇ ଟିଡ଼ି ଏ ଅଧିକାରୀ ହେମସାଗର ଭୋଇ ନ ନେତୃତ୍ୱ ରେ ୩ ଟି ବ୍ଲକର ୪୩ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି ଏବଂ ଏହି ଯୋଜନାର ପ୍ରାଧାନ୍ୟ ଏବଂ ଉପକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଅନ୍ୟ ପକ୍ଷରେ ଜମନକିରା, କୁଚିଣ୍ଡା ଏବଂ ବାମରା ବ୍ଲକରେ ଗତ ଜୁନ ୧୨ ତାରିଖ ରୁ ଆରମ୍ଭ ହୋଇ ୨୧ ତାରିଖ ରେ ଶେଷ ହୋଇଥିବା ବିକାଶ ମେଳା ତଥା ବର୍ଷ ଏକ ଉପଲବ୍ଧ ଅନେକ କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ରେ କୁଚିଣ୍ଡା ଉପ ଜିଲ୍ଲା ପାଳ ଗୌରବ ମୟ ପ୍ରଧାନ, କୁଚିଣ୍ଡା ପିଏଆଇଟିଡ଼ିଏ ଅଧିକାରୀ ହେମସାଗର ଭୋଇ, କୁଚିଣ୍ଡା ବିଡ଼ିଓ, କୁଚିଣ୍ଡା ତହସିଲଦାର, ବାମରା ବ୍ଲକ ବିଡ଼ିଓ ବାମରା ତହସିଲଦାର, ଜମନକିରା ବ୍ଲକ ବିଡ଼ିଓ ରବୀନ୍ଦ୍ର ସେଠି, ତହସିଲଦାର ପ୍ରଭିଣା ବିଲୁଙ୍ଗ, ପ୍ରମୁଖ ଦାଇତ୍ୱ ରେ ରହିଥିବା ବେଳେ କୁଚିଣ୍ଡା ପିଏଆଇଟିଡ଼ିଏ କାର୍ଯ୍ୟାଳୟ ସମସ୍ତ ଅଧିକାରୀ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ