ମଧ୍ୟସ୍ଥତା ଦ୍ୱାରା ମାମଲାର ସମାଧାନ: ସମସ୍ୟାର ତ୍ଵରିତ ସମାଧାନ ନିମନ୍ତେ ଜୁଲାଇ ରୁ ସେପ୍ଟେମ୍ବର ମାସ ବ୍ୟାପୀ ଚାଲିଥିବା ସ୍ଵତନ୍ତ୍ର “ମଧ୍ୟସ୍ଥତା-“ରାଷ୍ଟ୍ର ପାଇଁ” ଅଭିଯାନ ।
ବଲାଙ୍ଗିର, 14 ଜୁଲାଇ (ହି.ସ.) ସଦସ୍ୟ -ସଚିବ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଏବଂ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ସମାଧାନ ନିମନ୍ତେ ଜୁଲାଇ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସ୍ଵତନ୍ତ୍ର ମଧ୍ୟସ୍ଥତା ମାଧ୍ୟମରେ
ମଧ୍ୟସ୍ଥତା ଦ୍ୱାରା ମାମଲାର ସମାଧାନ: ସମସ୍ୟାର ତ୍ଵରିତ ସମାଧାନ ନିମନ୍ତେ ଜୁଲାଇ ରୁ ସେପ୍ଟେମ୍ବର ମାସ ବ୍ୟାପୀ ଚାଲିଥିବା ସ୍ଵତନ୍ତ୍ର “ମଧ୍ୟସ୍ଥତା-“ରାଷ୍ଟ୍ର ପାଇଁ” ଅଭିଯାନ ।


ବଲାଙ୍ଗିର, 14 ଜୁଲାଇ (ହି.ସ.)

ସଦସ୍ୟ -ସଚିବ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଏବଂ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ସମାଧାନ ନିମନ୍ତେ ଜୁଲାଇ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସ୍ଵତନ୍ତ୍ର ମଧ୍ୟସ୍ଥତା ମାଧ୍ୟମରେ ପାରିବାରିକ, ରଫା ଯୋଗ୍ୟ, ଦୁର୍ଘଟଣା ଜନିତ, ଘରୋଇ ହିଂସା, ଜମି ଜମା ବଣ୍ଟନ, ଜମି ଅଧିକରଣ, ଚାକିରୀ ସଂକ୍ରାନ୍ତୀୟ, ଗ୍ରାହକ ସେବା ଜନିତ ବ୍ୟାଙ୍କ ସମ୍ବନ୍ଧୀୟ ମାମଲା ଯେ ପରି ଚେକ ବାଉନ୍ସ, ଋଣ ଆଦାୟ ଇତ୍ୟାଦି ମାମଲା ଗୁଡିକର ଏକ ବିକଳ୍ପ ସମାଧାନ ପ୍ରକ୍ରିୟା ନିମନ୍ତେ ଏହି ଶିବିର ଆୟୋଜନ କରାଯାଉଅଛି । ଏହା ଦ୍ଵାରା ଅଦାଲତରେ ବିଚାରଧୀନ ଥିବା ମକଦ୍ଧମା ଗୁଡିକର ବିଚାର ଅପେକ୍ଷା ଏକ ନିରେପକ୍ଷ ତୃତୀୟ ବ୍ୟକ୍ତିଙ୍କ ସହାୟତାରେ ବିବାଦର ଗ୍ରହଣଯୋଗ୍ୟ ଏବଂ ସୃଜନାତ୍ମକ ଢଙ୍ଗରେ ସମାଧାନ କରିବା, ବିବାଦର ପରିସମାପ୍ତି ନିମନ୍ତେ ସମାଧାନମୂଳକ ଆଲୋଚନା, କଥାବାର୍ତ୍ତା ଦ୍ୱାରା ବିବାଦଲିପ୍ତ ପକ୍ଷ ମାନଙ୍କର ମଧ୍ୟରେ ଥିବା ମତପାର୍ଥକ୍ୟ କୁ ଦୂର କରି ସମାଧାନ ନିମନ୍ତେ ରାସ୍ତା ବାହାର କରିବା । ନିଷ୍ପତ୍ତି ନେବାର କ୍ଷମତା ପକ୍ଷମାନଙ୍କ ଉପରେ ଛାଡିଦେବା ଯାହା ଦ୍ୱାରା ପକ୍ଷ ମାନେ ସ୍ୱୟଂ ବିବାଦର ଫଳାଫଳ ନିର୍ଣ୍ଣୟ କରିଥାନ୍ତି ଏବଂ ପକ୍ଷଙ୍କର ଆବଶ୍ୟକତା ଅନୁଯାଇ କାର୍ଯ୍ୟଧାରା ନିର୍ଣ୍ଣୟ ହୋଇଥାଏ । ଉଭୟ ପକ୍ଷଙ୍କ ସହମତିରେ ବା ସମ୍ପୃକ୍ତ ଅଦାଲତଙ୍କର ବିବେଚନାରେ ମଧ୍ୟସ୍ଥତା ଦ୍ୱାରା ବିକଳ୍ପ ସମାଧାନ ପନ୍ଥା ନିର୍ଣ୍ଣୟ କରାଯାଇଥାଏ । ଏହା ସମ୍ପୂର୍ଣ୍ଣ ସ୍ୱତଃପ୍ରବୃତ୍ତ, ଗୋପନୀୟ, ସ୍ୱଚ୍ଛ, ଅନୌପଚାରିକ ଏବଂ ନମନୀୟ ଅଟେ, କୌଣସି କାରଣ ଯୋଗୁଁ ବିବାଦର ସମାଧାନ ନ ହେଲେ ମାମଲାଟି ମୂଳ ଅଦାଲତକୁ ବିଚାର ନିମନ୍ତେ ଫେରସ୍ତ ହୋଇଥାଏ । ପକ୍ଷ ମାନଙ୍କୁ ଅଦାଲତରେ ମିଳୁଥିବା ନିଷ୍ପତି ଠାରୁ ସନ୍ତୋଷଜନକ ଫଳ ଏହି ମଧ୍ୟସ୍ଥତା ସମାଧାନ ପଦ୍ଧତିରେ ଶୀଘ୍ର ମିଳିଥାଏ । ଏହି ପ୍ରକ୍ରିୟାରେ ପକ୍ଷ ମାନଙ୍କର କ୍ଷମତାପ୍ରାପ୍ତ ପ୍ରତିନିଧି ଅଥବା ଆଇନ ପରାମର୍ଶଦାତା ନିଷ୍ପତି ନେବାରେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି । ପକ୍ଷ ମାନଙ୍କର ମଧ୍ୟରେ ଥିବା ଶତୃତା କମିବା ସହ ବ୍ୟକ୍ତିଗତ ସୁ-ସମ୍ପର୍କ ପୁନଃ ଗଢିବାରେ ସାହାଯ୍ୟ ହୁଏ, ଯାହା ଦ୍ୱାରା ମାନସିକ ଉତ୍ତେଜନାକୁ ହ୍ରାସ କରିବା ସହ ଶାନ୍ତି ମଧ୍ୟ ମିଳିଥାଏ । ଏହି ମଧ୍ୟସ୍ଥତା ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ । ମଧ୍ୟସ୍ଥତା ଦ୍ୱାରା ମାମଲାର ସମାଧାନ ହେବା ଯୋଗ ପକ୍ଷ ମାନଙ୍କର ବହୁମୂଲ୍ୟ ସମୟ, ଶ୍ରମ ଓ ଅର୍ଥ ସଂଚୟ ହୋଇପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande