ରାୟପୁର, 22 ଜୁନ୍ (ହି.ସ.)- କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହା 22 ଓ 23 ଜୁନରେ ଦୁଇ ଦିନିଆ ଗସ୍ତରେ ଛତିଶଗଡ଼ ଆସୁଛନ୍ତି। ନିର୍ଦ୍ଧାରିତ
କାର୍ଯ୍ୟକ୍ରମ ଅନୁଯାୟୀ, ଅମିତ ଶାହା ଆଜି ଦ୍ୱିପ୍ରହର 1:45ରେ ରାୟପୁରରେ
ପହଞ୍ଚିବେ।
ସେ ମାନା ବିମାନତଳରୁ
ସିଧାସଳଖ ନୂଆ ରାୟପୁର ଅଟଲ୍ ନଗର ସ୍ଥିତ ବଞ୍ଜାରି ସେକ୍ଟର-2 କୁ ଯିବେ, ଯେଉଁଠି ସେ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟିର ରାୟପୁର କ୍ୟାମ୍ପସର
ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବେ ।
ଏହାପରେ ଅମିତ ଶାହା ନୂଆ
ରାୟପୁରରେ ଛତିଶଗଡ଼ ସହିତ ପଡୋଶୀ ରାଜ୍ୟଗୁଡ଼ିକର ଡିଜିପିଓ ଏଡିଜିପିମାନଙ୍କ ସହିତ ନକ୍ସଲ ବିରୋଧୀ ଅପରେସନ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ
କରିବେ। ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ମଧ୍ୟ ଯୋଗ ଦେବେ।
ରାଜ୍ୟ ସରକାରଙ୍କ ନୂତନ କୌଶଳ
ଓ “ସରେଣ୍ଡର ଏବଂ ପୁନଃବାସ ନୀତି” ଉପରେ ମଧ୍ୟ ଆଲୋଚନା
ହେବାର ସମ୍ଭାବନା ଅଛି।
ଅମିତ ଶାହ ରାତିରେ ରାୟପୁରରେ
ବିଶ୍ରାମ କରିବେ ଓ ପରବର୍ତ୍ତୀ ଦିନ, ଅର୍ଥାତ 23 ଜୁନ୍ ତାରିଖରେ
ବସ୍ତରର ନାରାୟଣପୁର (ଅବୁଝମାଡ଼) ଅଞ୍ଚଳରେ ସୁରକ୍ଷାବଳର ଯବାନ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା
କରିବେ। ଏହାପରେ ସେ ସନ୍ଧ୍ୟା 4:30 ରେ ଦିଲ୍ଲୀ ପାଇଁ ବାହାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା