ଉତ୍ତରାଖଣ୍ଡରେ ବନ୍ଧକ ରହିଥିବା 35 ନେପାଳୀ ନାଗରିକ ମୁକ୍ତ
କାଠମାଣ୍ଡୁ, 22 ଜୁନ୍ (ହି.ସ.)- ଭାରତର ଉତ୍ତରାଖଣ୍ଡରେ କିଛି ଦିନ ଧରି ବନ୍ଧକ ରଖାଯାଇଥିବା 35 ଜଣ ନେପାଳୀ ନାଗରିକଙ୍କୁ ସୁରକ୍ଷିତ ଭାବରେ ମୁକ୍ତ କରାଯାଇଛି। ଏହି ଯୁବକମାନଙ୍କୁ ଚାକିରିର ଆଶ୍ୱାସନା ଦେଇ ବନ୍ଧକ ରଖାଯାଇଥିଲା। ରବିବାର ଦିନ ଆଇନଗତ ପ୍ରକ୍ରିୟା ପୂର୍ଣ୍ଣ
ଉତ୍ତରାଖଣ୍ଡରେ ବନ୍ଧକ     ରହିଥିବା 35 ନେପାଳୀ ନାଗରିକ ମୁକ୍ତ


କାଠମାଣ୍ଡୁ, 22 ଜୁନ୍ (ହି.ସ.)- ଭାରତର

ଉତ୍ତରାଖଣ୍ଡରେ କିଛି ଦିନ ଧରି ବନ୍ଧକ ରଖାଯାଇଥିବା 35 ଜଣ ନେପାଳୀ ନାଗରିକଙ୍କୁ ସୁରକ୍ଷିତ

ଭାବରେ ମୁକ୍ତ କରାଯାଇଛି। ଏହି ଯୁବକମାନଙ୍କୁ ଚାକିରିର ଆଶ୍ୱାସନା ଦେଇ ବନ୍ଧକ ରଖାଯାଇଥିଲା।

ରବିବାର ଦିନ ଆଇନଗତ

ପ୍ରକ୍ରିୟା ପୂର୍ଣ୍ଣ ହେବା ପରେ ସେମାନକୁ ନେପାଳ ପଠାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଉତ୍ତରାଖଣ୍ଡର କାଶୀପୁରରେ ସ୍ଥାନୀୟ ପୋଲିସ ଏକ ଅଞ୍ଚଳରେ ରେଡ କରି 35 ଜଣ ଯୁବକଙ୍କୁ ମୁକ୍ତ

କରିଛି। ନୂଆଦିଲ୍ଲୀରେ ଥିବା ନେପାଳୀ ଦୂତାବାସ କହିଛି ଯେ ଏହି ଯୁବକମାନେ ବନ୍ଧକ ହେବାର ସୂଚନା

ମିଳିବା ପରେ ସେମାନଙ୍କୁ ମୁକ୍ତି କରାଯାଇଛି । ଦୂତାବାସ ଗୁରୁବାର ଉତ୍ତରାଖଣ୍ଡ ପୋଲିସ ଓ “କିନ୍ ଇଣ୍ଡିଆ” ନାମକ ସଂଗଠନର ସହଯୋଗରେ ସେମାନକୁ ଉଦ୍ଧାର କରିଛି। ସମସ୍ତଙ୍କୁ

ଶନିବାର ଦିନ ଦିଲ୍ଲୀସ୍ଥିତ ନେପାଳୀ ଦୂତାବାସକୁ ଆଣାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande