ମାଲେସିଆର ଜୋହୋର ରାଜ୍ୟରେ ତୈଳ ଭଣ୍ଡାର ଫ୍ୟାସିଲିଟିରେ ଭୟାବହ ଅଗ୍ନିକାଣ୍ଡ
କୁଆଲାଲମପୁର, 22 ଜୁନ୍ (ହି.ସ.)-ମାଲେସଆର ଜୋହୋର୍ ରାଜ୍ୟର ପାସିର୍ ଗୁଦାଙ୍ଗ ସହରରେ ଶନିବାର ଏକ ଶିଳ୍ପାଞ୍ଚଳରେ ଥିବା ଇଞ୍ଜିନ୍ ଅଏଲ ସଂରକ୍ଷଣ କେନ୍ଦ୍ର ଏବଂ ଟ୍ରକ୍ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ, ଧୂଆଁର ଅନେକ ଉଚ୍ଚ
ମାଲେସିଆର ଜୋହୋର ରାଜ୍ୟରେ     ତୈଳ ଭଣ୍ଡାର ଫ୍ୟାସିଲିଟିରେ ଭୟାବହ ଅଗ୍ନିକାଣ୍ଡ


କୁଆଲାଲମପୁର, 22 ଜୁନ୍ (ହି.ସ.)-ମାଲେସଆର ଜୋହୋର୍

ରାଜ୍ୟର ପାସିର୍ ଗୁଦାଙ୍ଗ ସହରରେ ଶନିବାର ଏକ ଶିଳ୍ପାଞ୍ଚଳରେ ଥିବା ଇଞ୍ଜିନ୍ ଅଏଲ ସଂରକ୍ଷଣ

କେନ୍ଦ୍ର ଏବଂ ଟ୍ରକ୍ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡର ଭୟାବହତା ଏତେ

ଥିଲା ଯେ, ଧୂଆଁର ଅନେକ ଉଚ୍ଚ

ଯାଏ ଉଠି ସମଗ୍ର ଅଞ୍ଚଳକୁ ଢାକି ଦେଇଥିଲା ଏବଂ ଆଖପାଖ ବାସଗୃହ ଅଞ୍ଚଳକୁ ଖାଲି କରିବାକୁ

ପଡ଼ିଥିଲା।

ଜୋହୋର୍ ଅଗ୍ନିଶମ ଏବଂ

ଉଦ୍ଧାର ବିଭାଗର ସଞ୍ଚାଳନ କେନ୍ଦ୍ର ଅନୁଯାୟୀ, ଦ୍ୱିପ୍ରହର ପରେ

ନିଆଁ ଲାଗିଥିବା ସୂଚନା ମିଳିଥିଲା। ଅଗ୍ନିଶମ କର୍ମଚାରୀମାନେ ସ୍ଥାନରେ ପହଞ୍ଚିବା ସମୟରେ ଟ୍ରକ୍

ଡିପୋରେ ନିଆଁ ଦ୍ରୁତ ଗତିରେ ମାଡି ଚାଲିଥିଲା ଏବଂ ପ୍ରବଳ ପବନ କାରଣରୁ ନିଆଁ ନିକଟରେ ଥିବା

ଗୋଟିଏ ପରିତ୍ୟକ୍ତ ତେଲ ସଂରକ୍ଷଣ ୟୁନିଟ୍‌ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା

ବର୍ନାମା ରିପୋର୍ଟ ଅନୁଯାୟୀ, ନିଆଁ ପ୍ରାୟ ୫୦ ମିଟର ଦୂରରେ ଥିବା ଏକ ଆବାସିକ ଅଞ୍ଚଳକୁ ମଧ୍ୟ ପ୍ରଭାବିତ କରିଥିଲା, ଯାହା ଫଳରେ ସେଠି ରହୁଥିବା ଲୋକମାନେକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

କରାଯିବାକୁ ପଡ଼ିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande