ପହଲଗାମ୍ ଆକ୍ରମଣ- ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଦୁଇ ଗିରଫ
ଶ୍ରୀନଗର, 22 ଜୁନ୍ (ହି.ସ.)- ଜାତୀୟ ତଦନ୍ତକାରୀ ଏଜେନ୍ସି ଏକ ବଡ଼ ସଫଳତା ହାସଲ କରିଛି। ଏଜେନ୍ସି ପହେଲଗାମ ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଥିବା ଦୁଇ ଜଣଙ୍କୁ ଗିରଫ କରିଛି। ପହେଲଗାମ ଆକ୍ରମଣରେ ଆତଙ୍କବାଦୀମାନେ 26 ଜଣ ନିର୍ଦୋଷ ଲୋକଙ୍କୁ ହତ୍ୟା କରି
ପହଲଗାମ୍ ଆକ୍ରମଣ-     ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଦୁଇ ଗିରଫ


ଶ୍ରୀନଗର, 22 ଜୁନ୍ (ହି.ସ.)- ଜାତୀୟ ତଦନ୍ତକାରୀ

ଏଜେନ୍ସି ଏକ ବଡ଼ ସଫଳତା ହାସଲ କରିଛି। ଏଜେନ୍ସି ପହେଲଗାମ ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନଙ୍କୁ

ଆଶ୍ରୟ ଦେଇଥିବା ଦୁଇ ଜଣଙ୍କୁ ଗିରଫ କରିଛି। ପହେଲଗାମ ଆକ୍ରମଣରେ ଆତଙ୍କବାଦୀମାନେ 26 ଜଣ

ନିର୍ଦୋଷ ଲୋକଙ୍କୁ ହତ୍ୟା କରିଥିଲେ।

ଏଜେନ୍ସି ରବିବାର ଦିନ

କହିଛି ଯେ ବଟକୋଟର ପରୱେଜ୍ ଅହମଦ୍ ଜୋଥର ଓ ପହେଲଗାମ ହିଲ୍ ପାର୍କର ବଶିର୍ ଅହମଦ୍ ଜୋଥର ତିନି

ଜଣ ସଶସ୍ତ୍ରଧାରୀ ଆତଙ୍କବାଦୀଙ୍କ ପରିଚୟ ଖୁଲାସା କରିଛନ୍ତି। ସେମାନେ ଏହା ମଧ୍ୟ ସୁନିଶ୍ଚିତ

କରିଛନ୍ତି ଯେ ଆକ୍ରମଣକାରୀମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ସ‌ହିତ ସଂପୃକ୍ତ

ପାକିସ୍ତାନୀ ନାଗରିକ ଥିଲେ।

ଏନଆଇଏ କହିଛି ଯେ ପରୱେଜ୍

ଓ ବଶିର୍ ଆକ୍ରମଣ ପୂର୍ବରୁ ହିଲ୍ ପାର୍କ ଅଞ୍ଚଳରେ ଥିବା ଗୋଟିଏ ମୌସମୀ କୁଡିଆ ମଧ୍ୟରେ ତିନି ଜଣ

ସଶସ୍ତ୍ରଧାରୀ ଆତଙ୍କବାଦୀଙ୍କୁ ଜାଣିଶୁଣି ଆଶ୍ରୟ ଦେଇଥିଲେ। ସେମାନେ ଏହି ଆତଙ୍କବାଦୀମାନଙ୍କୁ

ଖାଦ୍ୟ, ଆଶ୍ରୟ ଓ ଆବଶ୍ୟକ ଜିନିଷ ପ୍ରଦାନ କରିଥିଲେ। ଏହି

ଆତଙ୍କବାଦୀମାନେ 22 ଏପ୍ରିଲ୍ ତାରିଖରେ ପର୍ଯ୍ୟଟକମାନକୁ ତାଙ୍କର ଧାର୍ମିକ ପରିଚୟ ଆଧାରରେ

ଚିହ୍ନଟ କରି ଘାତକ ଆକ୍ରମଣ କରିଥିଲେ। ଏନଆଇଏ ଉଭୟଙ୍କୁ ଅବୈଧ କାର୍ଯ୍ୟକଳାପ (ନିରୋଧ) ଅଧିନିୟମ,

1967 ର ଧାରା 19 ଅନୁଯାୟୀ ଗିରଫ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande