ମଦୁରାଇ, 22 ଜୁନ୍ (ହି.ସ.)- ତାମିଲନାଡୁର
ମଦୁରାଇରେ ଆଜି ଦ୍ୱିପ୍ରହର 3ଟାରୁ ରାତି 8ଟା ପର୍ଯ୍ୟନ୍ତ ମୁରୁଗା ଭକ୍ତ ମହା ସମ୍ମିଳନୀ ଆୟୋଜିତ
ହେବ। ଏହି ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ସନ୍ଧ୍ୟା 6ଟାରେ କଣ୍ଡା ଷଷ୍ଠୀ
କଵସମ୍ ନାମକ ଧାର୍ମିକ ଓ ଶୁଭ ଗୀତ କାର୍ଯ୍ୟକ୍ରମ ରହିଛି।
ମୁରୁଗା ଭକ୍ତ ସମ୍ମିଳନୀ
ପାଇଁ ମଦୁରାଇ ଭଣ୍ଡିୟୁର୍ ଟୋଲଗେଟ୍ ନିକଟରେ 8 ଲକ୍ଷ ବର୍ଗ ଫୁଟ୍ ଜମିରେ ଏକ ବିଶାଳ ଭବ୍ୟ ମଞ୍ଚ
ତିଆରି କରାଯାଇଛି। 6 ଫୁଟ୍ ଉଚ୍ଚ ଗୋଟିଏ ଛୋଟ ମଞ୍ଚ ଓ ତାହାର ପଛରେ 10 ଫୁଟ୍ ଉଚ୍ଚ ଗୋଟିଏ ବଡ଼
ମଞ୍ଚ ରହିଛି। ଏହିଠାରେ 1 ଲକ୍ଷ ସିଟ୍ ବିଛାଯାଇଛି।
ହିନ୍ଦୁ ଫ୍ରଣ୍ଟର
କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ସମ୍ମିଳନୀର ମୁଖ୍ୟ
କାର୍ଯ୍ୟକ୍ରମ ହେଉଛି – 5 ଲକ୍ଷ ଭକ୍ତ ସମ୍ମିଳନୀ ହଲ୍ ଭିତରେ ଓ ବାହାରେ
ଏକାସାଥିରେ କଣ୍ଡା ଷଷ୍ଠୀ କଵସମ୍ ଗୀତ ଗାଇବେ ଓ ଏହି କାର୍ଯ୍ୟକ୍ରମ ଗିନିଜ ବିଶ୍ୱ
ରେକର୍ଡ ବନେଇବା ପାଇଁ ଆୟୋଜିତ କରାଯାଇଛି।
ଯେଉଁମାନେ ବ୍ୟକ୍ତିଗତ ଭାବେ
ସମ୍ମିଳନୀରେ ଯୋଗ ଦେଇପାରିବେ ନାହିଁ, ସେମାନଙ୍କୁ ନିଜ ଘରରୁ ଏହି
ଗୀତ ଗାଇବା ପାଇଁ କୁହାଯାଇଛି। ଭକ୍ତମାନଙ୍କୁ ଦ୍ୱିପ୍ରହର 3ଟା ପୂର୍ବରୁ ସମ୍ମିଳନୀ ସ୍ଥଳରେ
ପହଞ୍ଚିବା ପରାମର୍ଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା