ଇରାନୀ ପରମାଣୁ କେନ୍ଦ୍ର ଉପରେ ଆମେରିକାର ବୋମା ବର୍ଷଣ, ଟ୍ରମ୍ପ କହିଲେ- ଇରାନ ଏବେ ଶାନ୍ତି ପ୍ରତିଷ୍ଠା କରିବା ଉଚିତ
ୱାଶିଂଟନ, 22 ଜୁନ୍ (ହି.ସ.) - ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ମଧ୍ୟରେ ବର୍ତ୍ତମାନ ଆମେରିକାର ଏଣ୍ଟ୍ରି ହୋଇଛି । ଆମେରିକା ଦାବି କରିଛି ଯେ ସେମାନେ ଇରାନର ତିନୋଟି ନ୍ୟୁକ୍ଲିୟର ସାଇଟ — ଫୋର୍ଡୋ, ନତାଞ୍ଜ ଓ ଏସଫାହାନ୍ ଉପରେ ଆକ୍ରମଣ କରି ସେଗୁଡ଼ିକୁ ଧ୍ଵ
ଇରାନୀ ପରମାଣୁ କେନ୍ଦ୍ର     ଉପରେ ଆମେରିକାର ବୋମା ବର୍ଷଣ, ଟ୍ରମ୍ପ କହିଲେ- ଇରାନ ଏବେ ଶାନ୍ତି ପ୍ରତିଷ୍ଠା କରିବା ଉଚିତ


ୱାଶିଂଟନ, 22 ଜୁନ୍ (ହି.ସ.)

- ଇସ୍ରାଏଲ୍ ଓ ଇରାନ

ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ମଧ୍ୟରେ ବର୍ତ୍ତମାନ ଆମେରିକାର ଏଣ୍ଟ୍ରି ହୋଇଛି । ଆମେରିକା

ଦାବି କରିଛି ଯେ ସେମାନେ ଇରାନର ତିନୋଟି ନ୍ୟୁକ୍ଲିୟର ସାଇଟ — ଫୋର୍ଡୋ, ନତାଞ୍ଜ ଓ ଏସଫାହାନ୍ ଉପରେ ଆକ୍ରମଣ କରି ସେଗୁଡ଼ିକୁ ଧ୍ଵଂସ

କରିଛନ୍ତି। ଏହି ଆକ୍ରମଣ ଭାରତୀୟ ସମୟ ଅନୁଯାୟୀ ରବିବାର ସକାଳ 4:30ରେ ଘଟିଥିଲା।

ଆମେରିକୀୟ ରାଷ୍ଟ୍ରପତି

ଡୋନାଲ୍ଡ ଟ୍ରମ୍ପ ଏହି ସାମରିକ ଅଭିଯାନ ସମ୍ପର୍କରେ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଇରାନ୍ ବର୍ତ୍ତମାନ ଶାନ୍ତି ସ୍ଥାପନ କରିବା ଉଚିତ। ଯଦି ସେମାନେ ଏହା ନକରିବେ, ତେବେ ଭବିଷ୍ୟତର ଆକ୍ରମଣ ଅଧିକ ବଡ ହେବ ।

ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ଏକ

ପୋଷ୍ଟ କରି ଇରାନ ବିରୋଧରେ ଚାଳାଯାଇଥିବା ଅମେରିକୀୟ ସାମରିକ ଅଭିଯାନ ବିଷୟରେ ତଥ୍ୟ ଦେଇଛନ୍ତି।

ସେ ଲେଖିଛନ୍ତି ଯେ,

ଆମେରିକା ଇରାନର ତିନୋଟି ନ୍ୟୁକ୍ଲିୟର ସାଇଟକୁ ଟାର୍ଗେଟ

କରିଛି, ସେଗୁଡ଼ିକ ହେଉଛି — ଫୋର୍ଡୋ, ନତାଞ୍ଜ ଓ ଏସଫାହାନ୍।

ଟ୍ରମ୍ପ ଲେଖିଛନ୍ତି:

ଆମେ ଏହି ସାଇଟଗୁଡ଼ିକୁ ଏକାସାଥିରେ ଅନେକ ବୋମା ପକାଇଛୁ। ଆମ ସମସ୍ତ ଯୁଦ୍ଧ ବିମାନ

ସୁରକ୍ଷିତ ଭାବେ ଆମେରିକାକୁ ଫେରିଆସିଛି। ମୁଁ ଆମେରିକାର ଯୋଦ୍ଧାମାନକୁ ଅଭିନନ୍ଦନ ଜଣାଉଛି।

ସାରା ବିଶ୍ୱରେ ଏମିତି ଦ୍ୱିତୀୟ ଅନ୍ୟ କୌଣସି ସେନା ନାହିଁ ଯିଏ ଏହା କରିପାରିବ।

ଟ୍ରମ୍ପ ଇରାନର ତିନିଟି

ପରମାଣୁ ଠିକାଣାକୁ ଲକ୍ଷ୍ୟ କରି ଚଳାଯାଇଥିବା ସାମରିକ ଅଭିଯାନ ବିଷୟରେ ଦେଶକୁ ସମ୍ବୋଧନ କରି

କହିଛନ୍ତି ଯେ, ଆମେରିକା ଇରାନ ଉପରେ ବଡ଼ ଆକ୍ରମଣ କରିଛି।

ଟ୍ରମ୍ପ କହିଛନ୍ତି ଯେ ସେ

ଏହି ପଦକ୍ଷେପ ନେବାକୁ ପଡ଼ିବ ନାହିଁ ବୋଲି ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସେଠାରେ କୌଣସି ବିକଳ୍ପ ଥିଲା ନାହିଁ। ବର୍ତ୍ତମାନ ଇରାନ ଶାନ୍ତିର ପଥରେ ଫେରିବା

ଉଚିତ। ଇରାନ ପାଖରେ ଏଯାଏଁ ମଧ୍ୟ ଅବସର ଅଛି ଯେ ସେ ଶାନ୍ତିର ପଥକୁ ଫେରିପାରିବ, ସେଥିପାଇଁ ଏହି

ଯୁଦ୍ଧକୁ ଶେଷ କରିବା ଦରକାର।

ଯଦି ଇରାନ ପ୍ରତିଆକ୍ରମଣ କରେ, ତେବେ ଆମେରିକା ମଧ୍ୟ ପୁଣି ଆକ୍ରମଣ କରିବ। ଶାନ୍ତି ନୁହେଁ ତବିନାଶ ହେବ। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ

ଟାର୍ଗେଟ ଉପରେ ଆକ୍ରମଣ କରାଯାଇନି । ଆମେରିକା ଇରାନର ପରମାଣୁ ସଂଯନ୍ତ୍ରଗୁଡ଼ିକୁ ସମ୍ପୂର୍ଣ୍ଣ

ଧ୍ୱଂସ କରିଦେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande