16 Jul 2025, 23:06 HRS IST

ଜିଲ୍ଲାସ୍ତରୀୟ ନିଯୁକ୍ତି ବ୍ୟବସ୍ଥା କରାଯାଉ
ବଲାଙ୍ଗୀର, ୨୩ ଜୁନ୍‌(ହି.ସ.) – ପ୍ରମୁଖ ସାମାଜିକ ସଂଗଠନ ଅଭିଭାବକ ମଂଚର ଏକ ବିଶେଷ ବୈଠକ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ର ସମ୍ମିଳନୀ କକ୍ଷରେ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସଦସ୍ୟଗଣ ଜିଲ୍ଲାର କ୍ରମ ବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା ନେଇ ଉଦ୍‌ବେଗ ପ୍
ଜିଲ୍ଲାସ୍ତରୀୟ ନିଯୁକ୍ତି ବ୍ୟବସ୍ଥା କରାଯାଉ


ଜିଲ୍ଲାସ୍ତରୀୟ ନିଯୁକ୍ତି ବ୍ୟବସ୍ଥା କରାଯାଉ


ବଲାଙ୍ଗୀର, ୨୩ ଜୁନ୍‌(ହି.ସ.) – ପ୍ରମୁଖ ସାମାଜିକ ସଂଗଠନ ଅଭିଭାବକ ମଂଚର ଏକ ବିଶେଷ ବୈଠକ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ର ସମ୍ମିଳନୀ କକ୍ଷରେ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସଦସ୍ୟଗଣ ଜିଲ୍ଲାର କ୍ରମ ବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହାର ଯୁକ୍ତି ସଂଗତ ସମାଧାନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଭିନ୍ନ ସରକାରୀ କର୍ମଚାରୀ ନିଯୁକ୍ତି କ୍ଷେତ୍ର ବିଶେଷତଃ ଗ୍ରେଡ-୩ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି କୁ ଜିଲ୍ଲାସ୍ତରୀୟ କରିବା ପାଇଁ ସରକାର ଙକ ଠାରେ ଦାବୀ ଉପସ୍ଥାପନ କରିବାକୁ ସଭାରେ ନିଷ୍ପତି ନିଆଯାଇଥିଲା। ୨୦୨୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟହାର କରିବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଦାବିକୁ ମଂଚ ସମର୍ଥନ କରିବା ପାଇଁ ସଭାରେ ସ୍ଥିର ହେଲା। କେନ୍ଦ୍ର ସରକାରଙ୍କ ରେଳ ବିଭାଗ ତରଫରୁ ବଲାଙ୍ଗିର-ଖୋର୍ଦ୍ଧା ରୋଡ ରେଳପଥରେ ବୌଦ୍ଧ ରୁ ବଲାଙ୍ଗିର ଏବଂ ପୁରୁଣା କଟକ-ବଲାଙ୍ଗିର ଟ୍ରେନ ଚଳାଚଳ ଆରମ୍ଭ କରିଥିବାରୁ ମଂଚ ତରଫରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ରେଳ ବିଭାଗ ତରଫରୁ ଝାରସୁଗୁଡା - ସମ୍ବଲପୁର ମଧ୍ୟରେ ୩ୟ ତଥା ୪ର୍ଥ ରେଳ ଲାଇନ ନିର୍ମାଣ ପାଇଁ ଭିତିପ୍ରସ୍ତର ଦିଆଯାଇଛି। ସେହିପରି ସମ୍ବଲପୁର - ଟିଟିଲାଗଡ ମଧ୍ୟରେ ୩ୟ ତଥା ୪ର୍ଥ ରେଳ ଲାଇନ ନିର୍ମାଣ ଏବଂ ବଲାଙ୍ଗିର ଷ୍ଟେସନରେ ୪ର୍ଥ ଓ ୫ମ ପ୍ଲାଟଫର୍ମ ନିର୍ମାଣ ଦାବୀ ପାଇଁ ସଭାରେ ମତ ପ୍ରକାଶ ପାଇଥିଲା। ଆଲୋଚନାରେ ଉପସଭାପତି ପ୍ରଶନ୍ନ ମିଶ୍ର, ସମ୍ପାଦକ ଗୋବିନ୍ଦ ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ଦିବାକର ହୋତା, ପୂର୍ଣ୍ଣଚନ୍ଦ୍ର ଦାଶ, ରାଧାକୃଷ୍ଣ ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସଭ୍ୟ ପୁରୁଷୋତମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande