ପିଏମ ମୋଦିଙ୍କ ଟିମ ଇଣ୍ଡିଆ ଦୃଷ୍ଟିକୋଣକୁ ନୂତନ ଶକ୍ତି ଏବଂ ଗତି ପ୍ରଦାନ କରିବ କେନ୍ଦ୍ରୀୟ ଆଞ୍ଚଳିକ ପରିଷଦ- ଯୋଗୀ ଆଦିତ୍ୟନାଥ
ବାରାଣସୀ, 24 (ହି.ସ)-ଧର୍ମ ନଗରୀ କାଶୀରେ ମଙ୍ଗଳବାର ଦିନ ଆରମ୍ଭ ହେବାକୁ ଥିବା କେନ୍ଦ୍ରୀୟ ଆଞ୍ଚଳିକ ପରିଷଦର 25ତମ ବୈଠକ ପୁର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଶୀ ପୁରାଧିପତି ବାବା ବିଶ୍ୱନାଥ ଏବଂ ଶ୍ରୀ ସଙ୍କଟମୋଚନ ମନ୍ଦିର ପରିଦର୍ଶନ କରିଥିଲେ।
ପିଏମ ମୋଦିଙ୍କ ଟିମ ଇଣ୍ଡିଆ ଦୃଷ୍ଟିକୋଣକୁ ନୂତନ ଶକ୍ତି ଏବଂ ଗତି ପ୍ରଦାନ କରିବ କେନ୍ଦ୍ରୀୟ ଆଞ୍ଚଳିକ ପରିଷଦ- ଯୋଗୀ ଆଦିତ୍ୟନାଥ


ବାରାଣସୀ,

24 (ହି.ସ)-ଧର୍ମ ନଗରୀ କାଶୀରେ ମଙ୍ଗଳବାର ଦିନ ଆରମ୍ଭ ହେବାକୁ ଥିବା କେନ୍ଦ୍ରୀୟ ଆଞ୍ଚଳିକ

ପରିଷଦର 25ତମ ବୈଠକ ପୁର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଶୀ ପୁରାଧିପତି

ବାବା ବିଶ୍ୱନାଥ ଏବଂ ଶ୍ରୀ ସଙ୍କଟମୋଚନ ମନ୍ଦିର ପରିଦର୍ଶନ କରିଥିଲେ।ଉଭୟ ମନ୍ଦିରରେ ରିତିନୀତି

ଅନୁଯାୟୀ ଦର୍ଶନ ଓ ପୁଜା ପରେମୁଖ୍ୟମନ୍ତ୍ରୀ

ବୈଠକର ସଫଳତା ଏବଂ ଦେଶ -ରାଜ୍ୟରେ ଶାନ୍ତିପାଇଁ

ମହାଦେବ ଏବଂ ଶ୍ରୀ ସଙ୍କଟମୋଚନଙ୍କୁପ୍ରାର୍ଥନା

କରିଥିଲେ।ମନ୍ଦିରରେ ପଦର୍ଶନ ପୁଜା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ଶୋସିଆଲ ମିଡିଆଆକାଉଣ୍ଟରେ ଲେଖିଛନ୍ତି ଯେ ବାବା ବିଶ୍ୱନାଥଙ୍କ ଆଶୀର୍ବାଦର

ଭୁମି ଅବିନାଶୀ କାଶୀରେଆଜି କେନ୍ଦ୍ରୀୟ

ଆଞ୍ଚଳିକ ପରିଷଦର ବୈଠକରେ ଅଂଶଗ୍ରହଣ କରିବି।ସଂଘୀୟ ଏକତା,ଜାତୀୟଅଖଣ୍ଡତା ଏବଂ ଆଞ୍ଚଳିକ ବିକାଶକୁ ସୁଦୃଢ କରିବାକୁ

ଥିବା ଏହି ପରିଷଦ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିମଇଣ୍ଡିଆର ଦୃଷ୍ଟିକୋଣକୁ ନୁତନ ଶକ୍ତି

ଏବଂ ଗତି ପ୍ରଦାନ କରିବ।ସେ ଲେଖିଛନ୍ତି ଯେ ଦେବଭୁମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀପୁଷ୍କର ସିଂହ ଧାମୀ,ବାବା ମହାକାଳଙ୍କ କୃପା ଭୁମି ମଧ୍ୟପ୍ରଦେଶର

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ମା ଦନ୍ତେଶ୍ୱରୀଙ୍କ ପବିତ୍ର ଭୁମି ଛତିଶଗଢର ମୁଖ୍ୟମନ୍ତ୍ରୀ

ବିଷ୍ଣୁଦେବ ସାୟ ସମେତ କେନ୍ଦ୍ରୀୟ ଆଞ୍ଚଳିକ ପରିଷଦର ବୈଠକରେ ସମ୍ମିଳିତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande