ଇମ୍ଫାଲ, 25 ଜୁନ (ହି.ସ)-ମଣିପୁର ପୋଲିସ ଏବଂ ସୁରକ୍ଷାବାହିନୀ
ଉଗ୍ରବାଦୀ ସଂଗଠନ ବିରୁଦ୍ଧରେ ମିଳିତ ଅଭିଯାନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପାଞ୍ଚ ସକ୍ରିୟ
କ୍ୟାଡରଙ୍କୁ ଗିରଫ କରିଛନ୍ତି।ଏମାନେ ସମସ୍ତ ନିଷିଦ୍ଧ ସଂଗଠନର ୟୁଏନଏଲଏଫ(ପୀ),ପ୍ରୀପାକ(ପ୍ରୋ)
ଏବଂ ୟୁଏନଏଲଏଫ (ଏନ)ସହ ଜଡିତ ବୋଲି କୁହାଯାଉଛି।
ପୋଲିସ ଅନୁସାରେ 24 ଜୁନ ରେ ଇମ୍ଫାଲ ୱେଷ୍ଟ ବାବୁପାରା ଅଞ୍ଚଳରୁ
ୟୁଏନଏଲଏଫ(ପୀ)ର ତିନି ସକ୍ରିୟ କ୍ୟାଡରଙ୍କୁ ଗିରଫ କରାଯାଇଥିଲା।ଗିରଫ କରାଯାଇଥିବା ଉଗ୍ରବାଦୀଙ୍କ
ମଧ୍ୟରେ ମୋଙ୍ଗସାଙ୍ଗଇ ଆବାଙ୍ଗ ଲେକାଇର କୋଥୋଜମଓପେନ୍ଦ୍ରୋ ସିଂହ (46),ୱାଙ୍ଗଖାଇ ଟୋକପମ ଲେକାଇର ଟୋକପମ ଟୋଙ୍ଗଚା ସିଂହ(55) ଏବଂ
ଖୁଡାଇ ସୋଇବମର କିଥେଲ୍ଲକପମ ସରତଚନ୍ଦ୍ର ମଙ୍ଗାଗ (53)ଅନ୍ତର୍ଭୁକ୍ତ।ଏହି ତିନିଜଣ ସରକାରୀ
ଅଧିକାରୀଙ୍କୁ ଭୟଭୀତ କରି ଠିକା କାମ ହଡପ କରିବାକୁ ଚେଷ୍ଟା କରୁଥିଲେ।ସେମାନଙ୍କଠାରୁ ପୋଲିସ
ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ଅପରାଧିକ ସାମଗ୍ରୀ ଜବତ କରିଥିଲେ,ଯେଉଁଥିରେ
ଅନ୍ତର୍ଭୁକ୍ତ-ଦୁଇଟି 9 ଏମଏମ ପିସ୍ତଲ ଏବଂ ଦୁଇଟି ମ୍ୟାଗାଜିନ,ଆଠ ରାଉଣ୍ଡ9 ଏମଏମ ଗୁଳି ,ଗୋଟିଏ .32 କ୍ୟାଲିବର ପିସ୍ତଲ ,ଚାରି
ରାଉଣ୍ଡ 7.65 ମିମି ଗୁଳି ,ଚାରୋଟି ମୋବାଇଲ ଫୋନ ,ଆଧାର କାର୍ଡ,ପର୍ସ ନଗଦ 3,800 ଟଙ୍କା ତଥା
ଟିଭିଏସ ସ୍କୁଟର ଜବତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା