ଭୋପାଳ 25 ଜୁନ (ହି.ସ)-ମଧ୍ୟପ୍ରଦେଶରେ ବର୍ଷାର ତରଙ୍ଗ ଜାରି ରହିଛି।
ରାଜଧାନୀ ଭୋପାଳ ସମେତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେଉଛି।ଆଜି ବୁଧବାର ମଧ୍ୟ ଭୋପାଳ
-ଇନ୍ଦୋର ସମେତ 16 ଜିଲ୍ଲାରେ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି।ଏଠାରେ ଆଗାମୀ 24
ଘଣ୍ଟାରେ ସାଢେ 4 ଇଞ୍ଚ ପର୍ଯ୍ୟନ୍ତ ପାଣି ପଡିପାରେ।ଏହା ପୁର୍ବରୁ ମଙ୍ଗଳବାର 20ରୁ ଅଧିକ
ଜିଲ୍ଲାରେବର୍ଷା ହୋଇଛି।ରାଜ୍ୟରେ ଆଗାମୀ ଚାରି
ଦିନ ପର୍ଯ୍ୟନ୍ତ ପାଗ ସମାନ ରହିବ।ପାଣିପାଗ ବିଭାଗ ଅନୁଯାୟୀ ବୁଧବାର ପାଇଁ ଯେଉଁ ଜିଲ୍ଲାରେ
ପ୍ରବଳ ବର୍ଷା ସତର୍କତା ,ସେମାନଙ୍କ ମଧ୍ୟରେ ଗ୍ୱାଲିୟର
,ଶିବପୁରୀ,ଗୁନା,ଅଶୋକନଗର,ରାଜଗଢ,ବିଦିଶା,ଶାଜାପୁର,ରାୟସେନ,ଦେୱାସ,ଧାର,ନର୍ମଦାପୁରମ,ଚିନ୍ଦୱାଡା,ପାଣ୍ଡୁର୍ଣ୍ଣା,ସିବନୀ,ମଣ୍ଡଳା
ଏବଂ ବାଲାଘାଟ ଅନ୍ତର୍ଭୁକ୍ତ।ଭୋପାଳ ଇନ୍ଦୋର,ଉଜ୍ଜୈନ,ଜବଲପୁର ସମେତ ପୁରା ରାଜ୍ୟରେବର୍ଷାର ୟେଲୋ ଆର୍ଲଟ ଜାରି କରାଯାଇଛି।ପାଣିପାଗ ବିଭାଗ କହିଛି ଯେ
ମଧ୍ୟ ପ୍ରଦେଶ ଉପରେ ଦୁଇଟି ଟ୍ରଫ ଅତିକ୍ରମ କରୁଛି।ଏହା ବ୍ୟତୀତ ସାଇକ୍ଲୋନିକ ସର୍କୁଲେସନ
ସିଷ୍ଟମ ମଧ୍ୟ ଆକ୍ଟିଭ ଅଛି।ଏହା ଯୋଗୁଁ ପୁରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।ଆଗାମୀ
ଚାରିଦିନ ପର୍ଯ୍ୟନ୍ତ ଅନେକ ଡିଭିଜନରେ ପ୍ରବଳ ବର୍ଷା ହୋଇପାରେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା