ଧ୍ରୁବ ପଣ୍ଡିତେଙ୍କ ପରଲୋକରେ ଶୋକସଭା
କେନ୍ଦ୍ରାପଡ଼ା, ୨୪ ଜୁନ୍‌(ହି.ସ.) – କେନ୍ଦ୍ରାପଡା ଅଭୟା ସଂସ୍‌କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ, ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଭାପତି ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପଣ୍ଡିତ ଧ୍ରୁବ ପଣ୍ଡାଙ୍କ ପରଲୋକରେ ଏକ ଶୋକସଭା ହୃଶିକେଷ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ବ
ଧ୍ରୁବ ପଣ୍ଡିତେଙ୍କ ପରଲୋକରେ ଶୋକସଭା


କେନ୍ଦ୍ରାପଡ଼ା, ୨୪ ଜୁନ୍‌(ହି.ସ.) – କେନ୍ଦ୍ରାପଡା ଅଭୟା ସଂସ୍‌କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ, ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଭାପତି ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପଣ୍ଡିତ ଧ୍ରୁବ ପଣ୍ଡାଙ୍କ ପରଲୋକରେ ଏକ ଶୋକସଭା ହୃଶିକେଷ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ବହୁ ବିଶିଷ୍ଟ ପଣ୍ଡିତ ସ୍ୱର୍ଗତ ପଣ୍ଡିତେକ ଶିଷ୍ୟଗଣ ଯୋଗଦେଇ ତାଙ୍କର ବହୁମୁଖି ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସଭାର ପ୍ରାମ୍ଭରେ ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ୱର୍ଗତ ପଣ୍ଡିତ ଜଣେ ଅସାଧାରଣ ଧୀର ସମ୍ପର୍ଣ୍ଣ ଛାତ୍ର ବତ୍ସଳ ସମାୟୁବର୍ତିତ ମିଷ୍ଟଭାସୀ ସେହ୍ନି ଧର୍ମପ୍ରୟାୟଣ ବ୍ୟକ୍ତି ଥିଲେ । ତାଙ୍କ ସଂସ୍କୃତ ସାହିତ୍ୟ ବିଶୟରେ ଅଗାଧ୍ୟ ପାଣ୍ଡିତତାକୁ ସମସ୍ତେ ସ୍ମରଣ କରିଥିଲେ । ଏହି ଶୋକସଭାରେ ତୁଳସୀ କ୍ଷେତ୍ର ପଣ୍ଡିତ ସଭାର ସଭ୍ୟ ସଭ୍ୟା ପଣ୍ଡିତ ସତ୍ୟ ନାରାୟଣ ପତି, ମାଧବା ନନ୍ଦ ପତି, ନୃସିଂହ ତ୍ରିପାଠୀ, ଶୁବାସ ପାଣି, ଅବଧୁତ ରାଉତ, କ୍ଷିରୋଦ ପଣ୍ଡା, ପ୍ରଶ୍ନଜିତ ପଣ୍ଡା, ହରେକୃଷ୍ଣ ପତି, ତପନ ଦାସ, ଅକ୍ଷୟ ପତି, ଶ୍ରୀ ପାଦ ଭକ୍ତି ବେଦାନ୍ତ ସନ୍ୟାସୀ ମହାରାଜ, ତ୍ରିଲୋଚନ ମିଶ୍ର, ନରେନ୍ଦ୍ର ତ୍ରିପାଠୀ, ସଦାନନ୍ଦ ଦାସ, ଯୋଗସ୍ୱାମୀ କୁଳମଣୀ ପଣ୍ଡା, ପ୍ରଭାକର ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ପତି, କ୍ଷିରୋଦ ସେନାପତି, ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଲକ୍ଷ୍ମିପ୍ରିୟା ଦେବୀ ଯୋଗଦେଇ ପଣ୍ଡିତଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତି ସ୍ମରଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande