ବେଙ୍ଗାଲୁରୁ, ୨୪ ଜୁନ୍ (ହି.ସ.)- କର୍ଣ୍ଣାଟକରେ ଦୁର୍ନୀତି ବିରୋଧୀ ଅଭିଯାନ କ୍ରମେ, ଲୋକାୟୁକ୍ତ ଅଧିକାରୀମାନେ ମଙ୍ଗଳବାର ସକାଳେ କେତେକ ଜିଲ୍ଲାରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢଉ କରିଥିଲେ । ଶିବମୋଗା, ଚିକ୍କାମାଗାଲୁରୁ, ବେଙ୍ଗାଲୁରୁ, ଗଡଗ, ଧାରୱାଡ ଏବଂ କାଲାବୁର୍ଗୀ ସମେତ ଅନେକ ଜିଲ୍ଲାରେ ଚଢଉ କରାଯାଇଥିଲା । ଲୋକାୟୁକ୍ତ ଟିମ୍ ମଧ୍ୟ କାଗଜପତ୍ର ଯାଂଚ୍ କରିଥିଲା ।
ଲୋକାୟୁକ୍ତ ଆୟ ବର୍ହିଭୂତ ସମ୍ପତି ମାମଲାରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସମେତ ଅନ୍ୟ କେତେକ ଜିଲ୍ଲାରେ ଚଢଉ କରିଥିଲା । ବିବିଏମପି, ଚିକ୍କାମାଗାଲୁରୁ ଟାଉନ୍ ମ୍ୟୁନିସିପାଲିଟି, ଅନେକାଲ ଟାଉନ୍ ମ୍ୟୁନିସିପାଲିଟି ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ପରିସରରେ ଚଢଉ କରାଯାଇଥିଲା । ଯେଉଁ ସ୍ଥାନରେ ଚଢଉ କରାଯାଇଥିଲା ସେଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ, ଶିବମୋଗା, ଚିକ୍କାମାଗାଲୁରୁ, ଅନେକାଲ, ଗଡଗ, ଧାରୱାଡ ଏବଂ କାଲାବୁର୍ଗୀ ଅନ୍ତର୍ଭୁକ୍ତ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ