ନୈନିତାଲ, ୨୪ ଜୁନ୍ (ହି.ସ.)- ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜୁନ୍ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଉତରାଖଣ୍ଡର ନୈନିତାଲ ଜିଲ୍ଲାକୁ ତିନି ଦିନିଆ ଗସ୍ତରେ ଆସୁଛନ୍ତି । ଏହି ସମୟ ମଧ୍ୟରେ, ଉପରାଷ୍ଟ୍ରପତି କୁମାଉନ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଶେରଉଡ କଲେଜର କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ତାଙ୍କ ଆଗମନକୁ ନେଇ ସଜାଗ ରହିଛନ୍ତି ।
ନୈନିତାଲ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବିବେକ ରାୟ କହିଛନ୍ତି ଯେ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ନୈନିତାଲରେ ତିନି ଦିନିଆ ରହଣିର କାର୍ଯ୍ୟକ୍ରମ ରହିଛି । ସେ ଜୁନ୍ ୨୫ ତାରିଖରେ ନୈନିତାଲରେ ପହଂଚିବେ ଏବଂ ଜୁନ୍ ୨୭ ତାରିଖରେ ଫେରିବେ । ସେ ଜୁନ୍ ୨୫ ତାରିଖରେ କୁମାଉନ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଜୁନ୍ ୨୭ ରେ ଶେରଉଡ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଜୁନ୍ ୨୬ ରେ ତାଙ୍କର କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ