ଜୟପୁର, ୨୫ ଜୁନ୍ (ହି.ସ.) - ବେଆଇନ ଭାବେ ପଥର ଖାଦାନ କରୁଥିବା ବେଳେ ଚଢ଼ାଉ କଲା କୋରାପୁଟ ଖଣି ବିଭାଗ ଓ ସିମିଳିଗୁଡା ପୁଲିସ। କୋରାପୁଟ ସିମିଳିଗୁଡା ଲୁଙ୍ଗୁରି ଟାରେ ଥିବା ଏକ ପଥର ଉତୋଳନ ସମୟରେ ଚଢ଼ାଉ କରିଛି ଖଣି ବିଭାଗ। ଦୁଇଟି ଜେସିବି ସହ ଗୋଟିଏ ଟ୍ରାକ୍ଟର ଏବଂ ପଥର ଖାଦାନ ରେ ବ୍ୟବହୃତ୍ ହୋଇଥିବା ଯନ୍ତ୍ରାସ କୁ ଜବତ କରିଛି ଖଣି ଓ ପୁଲିସ ବିଭାଗ। ସମସ୍ତ ଜବତ ଗାଡି ଗୁଡିକୁ ସିମିଳିଗୁଡା ଥାନା ରେ ରଖାଯିବ ବୋଲି ଖଣି ବିଭାଗରୁ ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି