ସମ୍ବଲପୁର, ୨୬ ଜୁନ୍ (ହି.ସ.) - ଦୀପକ କୁମାର ପଣ୍ଡା ଇନଟାକ୍ ସମ୍ବଲପୁର ଚାପ୍ଟରର ନୂତନ କନଭେନର ତଥା ଆବାହକ ଭାବେ ମନୋନୀତ ହୋଇଛନ୍ତି । ଡ଼ ବିଭୂଦତ ପ୍ରମୋଦ କୁମାର ମିଶ୍ର କୋ-କନଭେନର ବା ସହ-ଆବାହକ ହୋଇଛନ୍ତି। ପ୍ର. ତାରିଣୀ ପ୍ରସାଦ ପଣ୍ଡା ବୟସାଧିକ କାରଣରୁ ଦାୟିତ୍ୱ ହସ୍ତାନ୍ତର ପାଇଁ ଆଗ୍ରହୀ ହୋଇଥିଲେ । ତେଣୁ ଏହି ପରିବର୍ତନ କରାଯାଇଛି । ଇତିପୂର୍ବରୁ ଦୀପକ କୁମାର ପଣ୍ଡା ସମ୍ବଲପୁର ଚାପ୍ଟରର ସହ-ଆବାହକ ଥିଲେ । ଦୀପକ କୁମାର ପଣ୍ଡା ମୂଳତଃ ସାମ୍ବାଦିକ ହୋଇଥିଲେ ହେଁ ଜଣେ ଐତିହାସିକ ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। ତାଙ୍କ ରଚିତ ୩୦ ଟି ପୁସ୍ତକ ପ୍ରକାଶ ପାଇଲାଣି । ଡ଼. ମିଶ୍ର ଜଣେ ଆୟୁର୍ବେଦ ଚିକିତ୍ସକ ଅଟନ୍ତି। ତାଙ୍କର ମଧ୍ୟ ଇତିହାସରେ ଋଚି ରହିଛି। ପୁସ୍ତକ ରଚନା କରିବା ସହିତ ଇତିହାସ ଗବେଷଣାରେ ବ୍ରତୀ ହୋଇଛନ୍ତି।
୧୯୮୪ ରେ ଗଠନ କରାଯାଇଥିବା ଇନଟାକ ସମଗ୍ର ବିଶ୍ୱରେ ଐତିହ୍ୟ ସମ୍ପର୍କୀତ ସର୍ବବୃହତ ସଙ୍ଗଠନ ଅଟେ । ଇନଟାକ ଆନୁକୁଲ୍ୟରେ ଭାରତ ବର୍ଷର ଅନେକ ସ୍ଥାପତ୍ୟର ପୁନଃରୁଦ୍ଧାର କରାଯାଇଛି । ଏହା ସହିତ ସାଂସ୍କୃତିକ ଐତିହ୍ୟ ନେଇ ମଧ୍ୟ କାର୍ଯ୍ୟ ହୋଇଛି । ଐତିହ୍ୟ ପ୍ରତି ଜନସଚେତନତା ସୃଷ୍ଟି କରାଯାଇ ପାରିଛି । ଇନଟାକ ଐତିହ୍ୟ ଏକାଡେମୀ ମଧ୍ୟ ପରିଚାଳନା କରେ । ଦିଲ୍ଲୀରେ ଥିବା ତା'ର ମୁଖ୍ୟାଳୟ ଓ ଦେଶବ୍ୟାପୀ ଥିବା ୨୨୮ ଟି ଚାପ୍ଟର ଜରିଆରେ ଇନଟାକ ବ୍ୟାପକ ସ୍ତରରେ ବହୁବିଧ କାର?୍ୟ୍ୟକ୍ରମ ପରିଚାଳନା କରିଥାଏ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ