ଭଦ୍ରକ, ୨୫ ଜୁନ୍ (ହି.ସ.) - ଭଦ୍ରକ ପୌରାଂଚଳ ଅନ୍ତର୍ଗତ ଚରମ୍ପା ଠାରେ ଆମ ଜିଲ୍ଲାର ଜଣେ ସୁପ୍ରତିଷ୍ଠିତ ବ୍ୟବସାୟୀ ତଥା ଚରମ୍ପା ଏରେଇଁ ସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ସମଗ୍ର ଓଡ଼ିଶାରେ ଶ୍ରୀ ମା ଓ ଶ୍ରୀ ଅରବିନ୍ଦ ଇଂଟିଗ୍ରାଲ୍ ଏଜୁକେଶନ ର ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱ ଓ ସୁପରିଚିତ ସମାଜସେବୀ ସ୍ୱର୍ଗତ ଧରମ୍ ସିଂ ଙ୍କ ଏକାଦଶାହ କ୍ରିୟାରେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଭଦ୍ରକ ଜିଲ୍ଲାର ସୁପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଶିଷ୍ଟ ସମାଜସେବୀ କିଶୋର ମହାପାତ୍ର, ବରିଷ୍ଠ ଅଧିବକ୍ତା ଅତିଶ ବେହେରା, ବିଜେଡ଼ି ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୫ ର ପାରିଷଦ ଦିଲ୍ଲୀପ ନାୟକ, ଭଦ୍ରକ ବିଜେଡ଼ି ପୂର୍ବତନ ବ୍ଲକ ସମ୍ପାଦକ ରଘୁନାଥ ପଣ୍ଡା, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ଯୁବନେତା ଦେବାଶିଷ ଭାରତୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ