ଭୁବନେଶ୍ୱର, 25 ଜୁନ୍ (ହି.ସ.)- ଜରୁରୀକାଳର କଳା ଅଧ୍ୟାୟକୁ ମନେ ପକାଇଛନ୍ତି
ସାଂସଦ ପ୍ରତାପ ଷଢଙ୍ଗୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ୧୯୭୫
ମସିହାରେ ଆଜିର ଦିନରେ, ରାଜନୈତିକ ସ୍ୱାର୍ଥ ପୂରଣ ପାଇଁ କଂଗ୍ରେସ ଦ୍ୱାରା ଦେଶରେ ଜରୁରୀକାଳ ଘୋଷଣା କରି ଗଣତନ୍ତ୍ର
ଓ ନାଗରିକ ଅଧିକାରର ହତ୍ୟା କରାଯାଇଥିଲା। ଭାରତୀୟ ଗଣତନ୍ତ୍ର ଓ ରାଜନୀତିର ସବୁଠୁ କଳା ଅଧ୍ୟାୟ – ଜରୁରୀକାଳ – ବିରୋଧରେ ଉଠିଥିବା ପ୍ରତ୍ୟେକ ସ୍ୱରକୁ ସାଦର
ପ୍ରଣାମ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା