ନୂଆଦିଲ୍ଲୀ, 25 ଜୁନ୍ (ହି.ସ.)
- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ
ଶାହା ଆଜି 'ସଂବିଧାନ ହତ୍ୟା ଦିବସ' ଅବସରରେ ଏକ୍ସ ହ୍ୟାଣ୍ଡେଲ୍ରେ ନିଜ ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ‘ଜରୁରୀକାଳ’ କଂଗ୍ରେସର କ୍ଷମତା ଭୋକର 'ଅନ୍ୟାୟକାଳ' ଥିଲା। ୨୫ ଜୁନ୍ ୧୯୭୫ ରେ ଲାଗିଥିବା ଜରୁରୀକାଳ
ସମୟରେ ଦେଶବାସୀ ଯେଉଁ ପୀଡ଼ା ଓ ଯନ୍ତ୍ରଣା ଭୋଗିଥିଲେ, ସେଥିରୁ ନୂଆ ପିଢି ଶିଖିପାରିବା
ଲକ୍ଷ୍ୟରେ ମୋଦି ସରକାର ଏହି ଦିନକୁ 'ସଂବିଧାନ ହତ୍ୟା ଦିବସ' ବୋଲି ଘୋଷଣା କରିଛନ୍ତି।
ସେ ଲେଖିଛନ୍ତି, ‘‘ଏହି ଦିନଟି ଏହି କଥା ସ୍ପଷ୍ଟ କରେ ଯେ, ଯେତେବେଳେ କ୍ଷମତା ଏକଛତ୍ରବାଦୀ ରୂପ
ଧାରଣ କରିଥାଏ, ସେତେବେଳେ ଜନତା ତାହାକୁ ଉପାଡି ଫିଙ୍ଗିବାର ଶକ୍ତି ରଖେ। ଜରୁରୀକଳ କୌଣସି ଜାତୀୟ
ଆବଶ୍ୟକତା ନୁହେଁ, ବରଂ ଏହା କଂଗ୍ରେସ ଓ ଗୋଟିଏ ବ୍ୟକ୍ତିର ଗଣତନ୍ତ୍ର ବିରୋଧୀ ମାନସିକତାର ପ୍ରମାଣ ଥିଲା। ସେହି
ସମୟରେ ଗଣମାଧ୍ୟମର ସ୍ୱାଧୀନତାକୁ ଦମନ କରାଯାଇଥିଲା, ନ୍ୟାୟବ୍ୟବସ୍ଥାର ହାତ ବାନ୍ଧି ଦିଆଯାଇଥିଲା
ଓ ସାମାଜିକ କର୍ମୀମାନଙ୍କୁ କାରାଗାରକୁ ପଠାଇ ଦିଆଯାଇଥିଲା।’’
କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି, ‘‘ଦେଶବାସୀମାନେ ‘ସିଂହାସନ ଖାଲି କର’ ବୋଲି ଶଙ୍ଖନାଦ କରିଥିଲେ ଓ ଏକଛତ୍ରବାଦ
କଂଗ୍ରେସକୁ ଉପାଡି ଫିଙ୍ଗିଦେଇଥିଲେ। ଏହି ସଂଘର୍ଷରେ ବଳିଦାନ ଦେଇଥିବା ସମସ୍ତ ବୀରମାନଙ୍କୁ ମୋ
ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।’’
ଉଲ୍ଲେଖନୀୟ ଯେ, କେନ୍ଦ୍ରୀୟ ମନ୍ତ୍ରୀ ଶାହା ଗତକାଲି ‘ଜରୁରୀକାଳର ୫୦ ବର୍ଷ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ସେ ଏକ୍ସ ଉପରେ ଲେଖିଛନ୍ତି,
‘‘ନୂଆ ଦିଲ୍ଲୀରେ ଜରୁରୀକାଳର ପୂର୍ବ ସନ୍ଧ୍ୟାରେ ଆୟୋଜିତ ‘ଜରୁରୀକାଳର ୫୦ ବର୍ଷ’ କାର୍ଯ୍ୟକ୍ରମରେ ଜରୁରୀକାଳ ବିରୋଧରେ
ସଂଘର୍ଷ କରିଥିବା ବୀରମାନଙ୍କୁ ସମ୍ମାନିତ କରିବାର ସୌଭାଗ୍ୟ ମିଳିଲା।’
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା