ଭୁବନେଶ୍ୱର, 25 ଜୁନ୍ (ହି.ସ.)- ଗଣତନ୍ତ୍ରର ସୁରକ୍ଷା ପାଇଁ ଶପଥ ନେବା ସହ
ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଉଠିଥିବା ପ୍ରତିଟି ସ୍ୱରକୁ
ସମ୍ମାନଜଣାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୭୫ ମସିହା ଆଜିର ଦିନରେ, ଗୋଟିଏ ପରିବାର କ୍ଷମତା ରାଜନୀତି ତଥା
ଏକଛତ୍ରବାଦୀ ମାନସିକତା ଯୋଗୁଁ ଦେଶରେ
ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଭାରତୀୟ ଗଣତନ୍ତ୍ରର ଆତ୍ମାକୁ ହତ୍ୟା କରିଥିଲା। ସାଧାରଣ
ଲୋକଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା । ବିନା କାରଣରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ
ଜେଲ୍ ପଠାଯାଇଥିଲା ଏବଂ ଚତୁର୍ଥ ସ୍ତମ୍ଭର ସ୍ୱରକୁ ଦବାଇ ଦିଆଯାଇଥିଲା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଅର୍ଥାତ ୨୦୨୫ ରେ
ଏହି କଳା ଦିବସର ୫୦ ବର୍ଷ ପୂର୍ତ୍ତି ହେଉଛି । ଏହି ଅବସରରେ ଭାରତର ପ୍ରତ୍ୟେକ ନାଗରିକ ନିଜର
ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ପ୍ରତି ସତର୍କ ଓ ସଚେତନ ରହିବା ଆବଶ୍ୟକ। ଏହାକୁ
ଦୃଷ୍ଟିରେ ରଖି ଆଜି ଦିନଟିକୁ ଭାରତ ସରକାରଙ୍କ ଦ୍ୱାରା ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ପାଳନ କରାଯାଉଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତୁ, ଆଜି ଆମେ ଗଣତନ୍ତ୍ରର ସୁରକ୍ଷା ପାଇଁ
ଶପଥ ନେବା ସହ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ
ଉଠିଥିବା ପ୍ରତିଟି ସ୍ୱରକୁ ସମ୍ମାନ ଜଣାଇବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା