ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ମୁମ୍ବାଇ ସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କୁ ବିଜେଡି ନେତାମାନେ ସାକ୍ଷାତ କରିଛନ୍ତି। ବିଜେଡି ନେତା ସଂଜୟ ଦାସବର୍ମା ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ପ୍ରବଣ ବଳବନ୍ତରାୟ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ଶୁଶାନ୍ତ ରାଉତ, ବିଧାୟକ ସଞ୍ଜିବ ମଲ୍ଲିକ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଏବଂ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ନବୀନଙ୍କୁ ଭେଟିଛନ୍ତି। ଏହାସହ ନବୀନଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକଙ୍କ ସହିତ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ଆଲୋଚନା କରଥିଲେ। ଏହି ସମୟରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଉପସ୍ଥିତ ଥିଲେ। ପ୍ରଭୁ ଜଗନାଥଙ୍କ ନିକଟରେ ନବୀନ ପଟ୍ଟନାୟକଙ୍କ ର ଆଶୁ ଆରୋଗ୍ୟ କାମନା କରିଛନ୍ତି ଦଳୀୟ ନେତା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା