‘ଜରୁରୀକାଳ’ ଭାରତର ଗଣତନ୍ତ୍ର ଉପରେ କଂଗ୍ରେସ୍ ଦ୍ୱାରା ଲାଗାଯାଇଥିବା ଏକ କଳା ଦାଗ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 25 ଜୁନ୍ (ହି.ସ.) - ସମ୍ବିଧାନ ହତ୍ୟା ଦିବସର 50 ବର୍ଷ ପୂର୍ତ୍ତି ଅବସରରେ ‘ଜରୁରୀକାଳ’ ଭାରତର ଗଣତନ୍ତ୍ର ଉପରେ କଂଗ୍ରେସ୍ ଦ୍ୱାରା ଲାଗାଯାଇଥିବା ଏକ କଳା ଦାଗ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ
‘ଜରୁରୀକାଳ’ ଭାରତର ଗଣତନ୍ତ୍ର ଉପରେ କଂଗ୍ରେସ୍     ଦ୍ୱାରା ଲାଗାଯାଇଥିବା ଏକ କଳା ଦାଗ- ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 25 ଜୁନ୍ (ହି.ସ.)

- ସମ୍ବିଧାନ ହତ୍ୟା ଦିବସର 50 ବର୍ଷ ପୂର୍ତ୍ତି ଅବସରରେ ‘ଜରୁରୀକାଳ’ ଭାରତର

ଗଣତନ୍ତ୍ର ଉପରେ କଂଗ୍ରେସ୍ ଦ୍ୱାରା ଲାଗାଯାଇଥିବା ଏକ କଳା ଦାଗ ବୋଲି କହିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ‘ଜରୁରୀକାଳ’ ଭାରତର ଲୋକତନ୍ତ୍ର ଉପରେ କଂଗ୍ରେସ୍

ଦ୍ୱାରା ଲାଗାଯାଇଥିବା ଏକ କଳା ଦାଗ୍। ଦେଶ ଏହାକୁ କେବେ ଭୁଲିପାରିବ ନାହିଁ। ସ୍ୱାଧୀନତା ପରେ

କଂଗ୍ରେସ୍ ଏକ ପରିବାର କେନ୍ଦ୍ରିତ ଦଳ ହୋଇଯାଇଥିଲା। ‘ପରିବାର

ସର୍ବୋଚ୍ଚ’ ଧାରଣାକୁ ଚ୍ୟାଲେଞ୍ଜ କରୁଥିବା ନେତାମାନଙ୍କୁ କ୍ରମେ ଦଲରୁ ଅଲଗା

କରାଯାଇଥିଲା। 1969 ମସିହାରେ କଂଗ୍ରେସ୍ ଭାଙ୍ଗିବା ପରେ

ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନିକଟରେ ତାଙ୍କର ଦଳର ଅସ୍ତିତ୍ୱ ଅତ୍ୟନ୍ତ ନିଃସାର

ହୋଇପଡ଼ିଥିଲା। ଇନ୍ଦିରା ଗାନ୍ଧି କଂଗ୍ରେସକୁ ଏକ ମନମୁଖୀ ଭାବରେ ଚଲାଉଥିଲେ। ଜରୁରୀକାଳର ଧାରଣା

ମଧ୍ୟ ଏହି ଏକଛତ୍ରବାଦୀ ମନୋଭାବରୁ ସୃଷ୍ଟି ହୋଇଥିଲା।

ଏକଛତ୍ରବାଦୀ ଚିନ୍ତାଧାରା ଓ ଅଧିନାୟକବାଦୀ କ୍ଷମତାର ଇଚ୍ଛାକୁ

ନେଇ ଇନ୍ଦିରା ଗାନ୍ଧୀ ଜୁନ୍ 1975 ରେ ଦେଶର ଗଣତନ୍ତ୍ର ଓ ସଂବିଧାନକୁ ଶ୍ୱାସରୁଦ୍ଧ କରିଦେଇଥିଲେ

। ସେ ସଂବିଧାନର ଆତ୍ମା ଉପରେ ଆଘାତ କରିଥିଲେ। ଲୋକମାନଙ୍କର ମୂଳ ଅଧିକାରଗୁଡ଼ିକୁ କଠୋର ଭାବରେ

ଦମନ କରାଯାଇଥିଲା। ବ୍ୟବସ୍ଥାପିକା, କାର୍ଯ୍ୟପାଳିକା,ନ୍ୟାୟପାଳିକା, ନିଯୁକ୍ତିବ୍ୟବସ୍ଥା ଓ ଗଣମାଧ୍ୟମ – ସମସ୍ତଙ୍କୁ ବନ୍ଧକ କରିବା ପାଇଁ କଠୋର

ଚେଷ୍ଟା କରାଯାଇଥିଲା।

କିନ୍ତୁ ଇନ୍ଦିରା ଗାନ୍ଧୀ ଜୀଙ୍କର ଏହା ଭୁଲ୍ ଥିଲା। ସେ ଏହା

ବୁଝିବାରେ ଭୁଲ କରିଥିଲେ ଯେ, ତାଙ୍କର ଏକଛତ୍ରବାଦୀ ଚିନ୍ତାଧାରା ସାମ୍ନାରେ କଂଗ୍ରେସ୍ ପାର୍ଟି ଝୁକିପାରେ, କିନ୍ତୁ ଦେଶ ନୁହେଁ। ଦେଶର ଗଣତାନ୍ତ୍ରିକ

ମୂଳ ଏତେ ଗଭୀର ଥିଲା ଯେ କଂଗ୍ରେସର ଏହି କ୍ରୁର ଏକଛତ୍ରବାଦୀ ବିରୋଧରେ ଗଣତନ୍ତ୍ର ଓ ସଂବିଧାନକୁ

ରକ୍ଷା କରିବା ପାଇଁ ଏକ ବୃହତ୍ ଆନ୍ଦୋଳନ ସୃଷ୍ଟି ହୋଇଗଲା। 1977 ମସିହାରେ ଏକଛତ୍ରବାଦୀ ହାରିଯାଇଥିଲା, ଗଣତନ୍ତ୍ର ବିଜୟୀ ହୋଇଥିଲା ।

କଂଗ୍ରେସର ‘ପରିବାର ପ୍ରଥମ’ ଅଧିନାୟକବାଦୀ ଚିନ୍ତାଧାରା ଉପରେ ଦେଶ ଚିରକାଳ ପାଇଁ ତାଲା ପକାଇ ଦେଇଥିଲା।

ଆଜି ‘ଜରୁରୀକାଳ’ ର ୫୦ ବର୍ଷ

ପୂର୍ଣ୍ଣ ହେବା ଅବସରରେ ସେହି ସମସ୍ତ ମହାନ ବ୍ୟକ୍ତିତ୍ୱମାନଙ୍କୁ କୋଟିକୋଟି ନମନ ଯେଉଁମାନେ ଗଣତନ୍ତ୍ରକୁ

ରକ୍ଷା କରିବା ପାଇଁ ସଂଘର୍ଷ କରିଥିଲେ ଓ ବଳିଦାନ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande