ଓଷ୍ଟ୍ରାଭା ଗୋଲଡେନ ସ୍ପାଇକ୍ 2025 ଟାଇଟେଲ ଜିତିଲେ ନୀରଜ ଚୋପ୍ରା
ଓଷ୍ଟ୍ରାଭା, 25 ଜୁନ୍ (ହି.ସ.)- ଭାରତର ଜାଭେଲିନ୍ ଥ୍ରୋ ତାରକା ଓ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ନୀରଜ ଚୋପ୍ରା ମଙ୍ଗଳବାର ଦିନ ୬୪ତମ ଓସ୍ଟ୍ରାଭା ଗୋଲ୍ଡନ୍ ସ୍ପାଇକ୍ ପ୍ରତିଯୋଗିତାରେ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଟାଇଟେଲ ଜିତିଛନ୍ତି। ଏହି ପ୍ରତିଯୋଗିତା ବିଶ୍ୱ ଏଥ୍ଲେଟିକ୍ସ
ଓଷ୍ଟ୍ରାଭା ଗୋଲଡେନ ସ୍ପାଇକ୍ 2025 ଟାଇଟେଲ ଜିତିଲେ ନୀରଜ ଚୋପ୍ରା


ଓଷ୍ଟ୍ରାଭା, 25 ଜୁନ୍ (ହି.ସ.)- ଭାରତର ଜାଭେଲିନ୍ ଥ୍ରୋ ତାରକା ଓ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ନୀରଜ

ଚୋପ୍ରା ମଙ୍ଗଳବାର ଦିନ ୬୪ତମ ଓସ୍ଟ୍ରାଭା ଗୋଲ୍ଡନ୍ ସ୍ପାଇକ୍ ପ୍ରତିଯୋଗିତାରେ ପୁରୁଷ ଜାଭେଲିନ୍

ଥ୍ରୋ ଇଭେଣ୍ଟର ଟାଇଟେଲ ଜିତିଛନ୍ତି। ଏହି ପ୍ରତିଯୋଗିତା ବିଶ୍ୱ ଏଥ୍ଲେଟିକ୍ସ କନ୍ଟିନେଣ୍ଟାଲ୍

ଟୁର୍ (ଗୋଲ୍ଡ୍ ଲେଭେଲ୍) ର ପ୍ରତିଷ୍ଠିତ ଆୟୋଜନ ଥିଲା।

୨୭ ବର୍ଷୀୟ ନୀରଜ ତୃତୀୟ ଚେଷ୍ଟାରେ ୮୫.୨୯ ମିଟର୍ ଦୂରତାକୁ ଜାଭେଲିନ୍ ଫିଙ୍ଗି ପ୍ରଥମ

ସ୍ଥାନ ଅଧିକାର କରିଥିଲେ। ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଡୋଉ ସ୍ମିଟ୍ ୮୪.୧୨ ମିଟର୍

ଥ୍ରୋ ସହିତ ଥିଲେ ଓ ଗ୍ରେନାଡାର ଏଣ୍ଡରସନ୍ ପିଟର୍ସ ୮୩.୬୩ ମିଟର୍ ସହିତ ତୃତୀୟ ସ୍ଥାନରେ

ରହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande