ଜରୁରୀକାଳର 50 ବର୍ଷ ପୂର୍ତ୍ତି ଅବସରରେ କାଲି ଦିଲ୍ଲୀରେ ବୈଚାରିକ ମହାକୁମ୍ଭ, ଯୋଗଦେବେ ସଂଘ ସରକାର୍ଯ୍ୟବାହ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ
ନୂଆଦିଲ୍ଲୀ, 25 ଜୁନ୍ (ହି.ସ.) - ଜରୁରୀକାଳର ୫୦ତମ ବାର୍ଷିକୀ ଅବସରରେ କାଲି (ଗୁରୁବାର) ରାଜଧାନୀ ଦିଲ୍ଲୀର ଡ଼ା. ଆମ୍ବେଦକର୍ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍‌ରେ ବହୁଭାଷୀ ସଂଵାଦ ସମିତି ''ହିନ୍ଦୁସ୍ଥାନ ସମାଚାର'' ର ତତ୍ତ୍ୱାବଧାନରେ ଏକ ବିଚାର ମହାକୁମ୍ଭ ଆୟୋଜିତ ହେବ। ଏ
ଜରୁରୀକାଳର 50 ବର୍ଷ ପୂର୍ତ୍ତି ଅବସରରେ କାଲି ଦିଲ୍ଲୀରେ ବୈଚାରିକ ମହାକୁମ୍ଭ, ଯୋଗଦେବେ     ସଂଘ ସରକାର୍ଯ୍ୟବାହ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ


ନୂଆଦିଲ୍ଲୀ, 25 ଜୁନ୍ (ହି.ସ.)

- ଜରୁରୀକାଳର ୫୦ତମ ବାର୍ଷିକୀ ଅବସରରେ କାଲି (ଗୁରୁବାର) ରାଜଧାନୀ ଦିଲ୍ଲୀର

ଡ଼ା. ଆମ୍ବେଦକର୍ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍‌ରେ ବହୁଭାଷୀ ସଂଵାଦ ସମିତି 'ହିନ୍ଦୁସ୍ଥାନ ସମାଚାର'

ତତ୍ତ୍ୱାବଧାନରେ ଏକ ବିଚାର ମହାକୁମ୍ଭ ଆୟୋଜିତ ହେବ। ଏହି ଅନୁଷ୍ଠାନରେ ରାଷ୍ଟ୍ରୀୟ ସ୍ୱୟଂସେବକ

ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଓ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରି ପ୍ରମୁଖ

ଭାବେ ଉପସ୍ଥିତ ରହିବେ।

‘ସଂବିଧାନ ହତ୍ୟା ଦିବସ’ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜରୁରୀକାଳର କଳା ଅଧ୍ୟାୟର

ଶିକ୍ଷା ଓ ବାର୍ତ୍ତାକୁ କେନ୍ଦ୍ରବିନ୍ଦୁରେ ରଖି ସଂଵାଦ ଓ ଚର୍ଚ୍ଚା ହେବ। ଏଥିରେ ଇନ୍ଦିରା

ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ଅଧ୍ୟକ୍ଷ ଓ ‘ହିନ୍ଦୁସ୍ଥାନ

ସମାଚାର’ ର ଗୋଷ୍ଠୀ ସମ୍ପାଦକ

ପଦ୍ମଭୂଷଣ ରାମବହାଦୁର ରାୟ, ରାଷ୍ଟ୍ରୀୟ ସ୍ୱାଭିମାନ

ଆନ୍ଦୋଳନର ସଂସ୍ଥାପକ ଅଧ୍ୟକ୍ଷ କେ.ଏନ୍. ଗୋବିନ୍ଦାଚାର୍ଯ୍ୟ ପରି ଗୁରୁତ୍ୱପୂର୍ଣ୍ଣ ଚିନ୍ତକମାନେ

ଓ ଜରୁରୀକାଳର ସାକ୍ଷୀମାନେ ତାଙ୍କର ଅନୁଭବ ଦେଶ ସମ୍ମୁଖରେ ବୟାନ କରିବେ।

ଏହି ସମୟରେ ଡ଼ା. ଆମ୍ବେଦକର୍ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା

କେନ୍ଦ୍ରର ତତ୍ତ୍ୱାବଧାନରେ ଜରୁରୀକାଳକୁ କେନ୍ଦ୍ର କରି ଏକ ପ୍ରଦର୍ଶନୀ ଓ କ୍ଷୁଦ୍ର ଫିଲ୍ମ

ପ୍ରଦର୍ଶନ କରାଯିବ। ଏଥିରେ ଯୁବପିଢ଼ୀକୁ ସେହି ଦିନଗୁଡ଼ିକର ରାଜନୈତିକ ଓ ସାମାଜିକ ବାସ୍ତବତା

ସହିତ ପରିଚିତ ହେବାର ଅବସର ମିଳିବ। ସେହିପରି ‘ହିନ୍ଦୁସ୍ଥାନ ସମାଚାର’

ପାକ୍ଷିକ ପତ୍ରିକା ‘ୟୁଗବାର୍ତ୍ତା’ ଓ ମାସିକ ପତ୍ରିକା ‘ନବୋତ୍ଥାନ’

ର ଜରୁରୀକାଳକୁ

ନିର୍ଦ୍ଦେଶ କରି ତିଆରି ହୋଇଥିବା ବିଶେଷାଙ୍କର ଲୋକାର୍ପଣ ମଧ୍ୟ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande