ସମ୍ବିଧାନ ହତ୍ୟା ଦିବସରେ ଜରୁରୀକାଳ ବିରୁଦ୍ଧ ସଂଘର୍ଷରେ ସାମିଲ ସମସ୍ତ ଯୋଦ୍ଧାଙ୍କୁ ସଲାମ କଲେ ପିଏମ ମୋଦି
ନୂଆଦିଲ୍ଲୀ, 25 ଜୁନ୍ (ହି.ସ.) - ଦେଶରେ 1975 ମସିହାରେ ଥୋପାଯାଇଥିବା ଜରୁରୀକାଳ ବିରୋଧୀ ସଂଘର୍ଷରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ସଂବିଧାନ ହତ୍ୟା ଦିବସ’ ଅବସରରେ ଏହି କଳା ଅଧ୍ୟାୟରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଯୋଦ୍ଧାଙ୍କୁ ସଲାମ
ସମ୍ବିଧାନ ହତ୍ୟା ଦିବସରେ ଜରୁରୀକାଳ ବିରୁଦ୍ଧ ସଂଘର୍ଷରେ     ସାମିଲ ସମସ୍ତ ଯୋଦ୍ଧାଙ୍କୁ ସଲାମ କଲେ ପିଏମ ମୋଦି


ନୂଆଦିଲ୍ଲୀ, 25 ଜୁନ୍ (ହି.ସ.)

- ଦେଶରେ 1975 ମସିହାରେ ଥୋପାଯାଇଥିବା ଜରୁରୀକାଳ

ବିରୋଧୀ ସଂଘର୍ଷରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି

‘ସଂବିଧାନ ହତ୍ୟା ଦିବସ’ ଅବସରରେ ଏହି କଳା ଅଧ୍ୟାୟରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଯୋଦ୍ଧାଙ୍କୁ ସଲାମ

ଜଣାଇଛନ୍ତି। ସେ ତାଙ୍କର ଏକ୍ସ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି ଯେ, ଆମେ ଆମ ସଂବିଧାନରେ

ନିହିତ ସିଦ୍ଧାନ୍ତଗୁଡ଼ିକୁ ଶକ୍ତିଶାଳୀ କରିବା ଓ ବିକାଶଶୀଳ ଭାରତର ସ୍ୱପ୍ନକୁ ସାକାର କରିବା

ପାଇଁ ସଂଘବଦ୍ଧ ଭାବରେ କାମ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ। ଆମେ ବିକାଶର ନୂଆ

ଶିଖରକୁ ଛୁଇଁବା ଓ ଗରିବ ଓ ବଞ୍ଚିତମାନଙ୍କ ସ୍ୱପ୍ନ ପୂରଣ କରିବା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସଂବିଧାନ ହତ୍ୟା ଦିବସ’ ସନ୍ଦର୍ଭରେ ଏକ୍ସରେ କେତେକ ପୋଷ୍ଟ

କରିଛନ୍ତି। ତାଙ୍କ ଏକ ଅନ୍ୟ ପୋଷ୍ଟରେ ସେ ଲେଖିଛନ୍ତି ଯେ, ଆମେ ଜରୁରୀକାଳ ବିରୋଧୀ ସଂଘର୍ଷରେ

ଦୃଢ଼ ଭାବେ ତିଷ୍ଠି ରହିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଲାମ କରୁଛୁ! ସେମାନେ ସମ୍ପୂର୍ଣ୍ଣ

ଭାରତରୁ, ପ୍ରତ୍ୟେକ କ୍ଷେତ୍ର ଓ ବିଭିନ୍ନ ଚିନ୍ତାଧାରାରୁ ଆସିଥିଲେ, କିନ୍ତୁ ଏକ ଉଦ୍ଦେଶ୍ୟରେ ଏକାଠି ହୋଇ

କାମ କରିଥିଲେ — ଭାରତର ଗଣତାନ୍ତ୍ରିକ ଢଞ୍ଚାକୁ ରକ୍ଷା କରିବା ଓ ସେହି ଆଦର୍ଶଗୁଡ଼ିକୁ ବଜାୟ ରଖିବା, ଯେଉଁଥି ପାଇଁ ଆମର ସ୍ୱାଧୀନତା

ସେନାନୀମାନେ ତାଙ୍କର ଜୀବନ ବଳିଦାନ ଦେଇଥିଲେ। ଏହା ସାମୂହିକ ସଂଘର୍ଷ ଥିଲା ଯାହା ନିଶ୍ଚିତ

କରିଥିଲା ଯେ ତତ୍କାଳୀନ କଂଗ୍ରେସ ସରକାରକୁ ଗଣତନ୍ତ୍ର ପୁନଃସ୍ଥାପନ କରିବାକୁ ପଡ଼ିଥିଲା ଓ ନୂଆ

ନିର୍ବାଚନ କରିବାକୁ ପଡିଥିଲା, ଯେଉଁଥିରେ ସେମାନେ ଶୋଚନୀୟ ଭାବରେ ପରାଜିତ ହୋଇଥିଲେ।

ସେ ଲେଖିଛନ୍ତି ଯେ, ଆଜି ଭାରତର ଗଣତାନ୍ତ୍ରିକ

ଇତିହାସର ସବୁଠାରୁ କଳା ଅଧ୍ୟାୟମାନଙ୍କ ମଧ୍ୟରୁ ଗୋଟିଏ , ଜରୁରୀକାଳ ଲାଗୁ ହେବାକୁ ପଚାଶ ବର୍ଷ ପୂର୍ଣ୍ଣ ହୋଇଛି । ଭାରତବାସୀ ଏହି ଦିନକୁ 'ସଂବିଧାନ ହତ୍ୟା ଦିବସ' ଭାବେ ସ୍ମରଣ କରନ୍ତି। ଏହି ଦିନ ଭାରତୀୟ

ସଂବିଧାନରେ ନିହିତ ମୂଲ୍ୟବୋଧକୁ ପଛକୁ ଠେଲି ଦିଆଯାଇଥିଲା, ମୌଳିକ ଅଧିକାରଗୁଡ଼ିକୁ ନିଲମ୍ବିତ

କରାଯାଇଥିଲା, ଗଣମାଧ୍ୟମର ସ୍ୱାଧୀନତାକୁ ସମାପ୍ତ କରାଯାଇଥିଲା, ଏବଂ ଅନେକ ରାଜନୈତିକ ନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କୁ

ଜେଲ୍‌ରେ ଭର୍ତ୍ତି କରି ଦିଆଯାଇଥିଲା। ଏମିତି ଲାଗୁଥିଲା ଯେ ଯେମିତି କ୍ଷମତାରେ ଥିବା କଂଗ୍ରେସ

ସରକାର ଗଣତନ୍ତ୍ରକୁ ବନ୍ଧକ ରଖିଦେଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି କ୍ରୁର ଅଧ୍ୟାୟକୁ

ସ୍ମରଣ କରି ଲେଖିଛନ୍ତି: ଯେତେବେଳେ ଜରୁରୀକାଳ ଲାଗୁ କରାଯାଇଥିଲା, ସେତେବେଳେ ମୁଁ ଆର.ଏସ.ଏସ୍.ର ଏକ ଯୁବ

ପ୍ରଚାରକ ଥିଲି। ଜରୁରୀକାଳ ବିରୋଧୀ ଆନ୍ଦୋଳନ ମୋ ପାଇଁ ଗୋଟିଏ ଶିକ୍ଷାଦାୟକ ଅନୁଭବ ଥିଲା। ଏହା

ଆମ ଗଣତାନ୍ତ୍ରିକ ଢଞ୍ଚାକୁ ସୁରକ୍ଷିତ ରଖିବାର ଗୁରୁତ୍ୱକୁ ପୁନଃ ସ୍ଥାପିତ କରିଥିଲା। ଏହାସହିତ, ମୁଁ ରାଜନୈତିକ ସ୍ପେକ୍ଟ୍ରମର ସମସ୍ତ

ଲୋକଙ୍କୁ ଦେଖିବା ଓ ଶିଖିବାର ଅବସର ପାଇଥିଲି। ମୋତେ ଖୁସି ଲାଗୁଛି ଯେ ବ୍ଲୁ କ୍ରାଫ୍ଟ

ଡିଜିଟାଲ୍ ଫାଉଣ୍ଡେସନ୍ ଏହି ଅନୁଭବକୁ ଏକ ପୁସ୍ତକରେ ସଂକଳିତ କରିଛି, ଯାହାର ପ୍ରସ୍ଥାବନା ଏଚ.ଡି. ଦେବେଗୌଡ଼ା

ଜୀ ଲେଖିଛନ୍ତି, ଯିଏ ନିଜେ ଜରୁରୀକାଳ ବିରୋଧୀ ଆନ୍ଦୋଳନର ଜଣେ ଦିଗଜ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande