ରଥଯାତ୍ରା ପୂର୍ବରୁ କଂଟ୍ରୋଲ ରୁମ ପରିଦର୍ଶନ କଲେ ଡିଜିପି
ଭୁବନେଶ୍ୱର, 26 ଜୁନ୍ (ହି.ସ.)- ରଥଯାତ୍ରା ପୂର୍ବରୁ କଂଟ୍ରୋଲ ରୁମ ପରିଦର୍ଶନ କରିଛନ୍ତି ଡିଜିପି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କର
ରଥଯାତ୍ରା ପୂର୍ବରୁ     କଂଟ୍ରୋଲ ରୁମ ପରିଦର୍ଶନ କଲେ ଡିଜିପି


ଭୁବନେଶ୍ୱର, 26 ଜୁନ୍ (ହି.ସ.)- ରଥଯାତ୍ରା

ପୂର୍ବରୁ କଂଟ୍ରୋଲ ରୁମ ପରିଦର୍ଶନ କରିଛନ୍ତି ଡିଜିପି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ସୂଚନା

ଦିଆଯାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଶ୍ୱପ୍ରସିଦ୍ଧ

ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଓଡ଼ିଶା ପୋଲିସ ପ୍ରସ୍ତୁତ।

ଏହି ଅବସରରେ ଓଡ଼ିଶା ପୋଲିସ୍

ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ଇଣ୍ଟିଗ୍ରେଟେଡ କମାଣ୍ଡ ଓ କଂଟ୍ରୋଲ

କେନ୍ଦ୍ର ପରିଦର୍ଶନ କରିବା ସହ ଭକ୍ତଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ

ନେବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଗତର ନାଥଙ୍କ ପବିତ୍ର

ରଥଯାତ୍ରାକୁ ସୁରକ୍ଷିତ ଭାବେ ସମ୍ପନ୍ନ କରିବାକୁ ଓଡ଼ିଶା ପୋଲିସ୍ ପ୍ରସ୍ତୁତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande