ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ, କାରବାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ
ଭବାନୀପାଟଣା, ୨୬ ଜୁନ୍ (ହି.ସ.)- ପ୍ରତିବର୍ଷ ଜୁନ ୨୬ ତାରିଖରେ ସମଗ୍ର ବିଶ୍ବରେ ଅନ୍ତର୍ଜାତୀୟ ଅବୈଧ ନିଶା ଦ୍ରବ୍ୟ କାରବାର ବିରୋଧ ଦିବସ ପାଳନ କରାଯାଇ ନିଶା ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ନିଶାନିବାରଣ ନିମନ୍ତେ ରାଜ୍ୟ ସରକାର “ଦିଶା” ଯୋଜନା ମ
ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ବିରୋଧ ଦିବସ – ୨୦୨୫ ପାଳିତ


ଭବାନୀପାଟଣା, ୨୬ ଜୁନ୍ (ହି.ସ.)- ପ୍ରତିବର୍ଷ ଜୁନ ୨୬ ତାରିଖରେ ସମଗ୍ର ବିଶ୍ବରେ ଅନ୍ତର୍ଜାତୀୟ ଅବୈଧ ନିଶା ଦ୍ରବ୍ୟ କାରବାର ବିରୋଧ ଦିବସ ପାଳନ କରାଯାଇ ନିଶା ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ନିଶାନିବାରଣ ନିମନ୍ତେ ରାଜ୍ୟ ସରକାର “ଦିଶା” ଯୋଜନା ମାଧ୍ୟମରେ ୧୧ଟି ନିଶା ମୁକ୍ତ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ଏବଂ ଭବିଷ୍ୟତରେ ସମସ୍ତ ୩୦ଟି ଜିଲ୍ଲାରେ ସ୍ଥାପନ କରିବା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ନିଶା ନିବାରଣ ନିମନ୍ତେ “ନିଶା ନୁହେଁ ଜୀବନ” ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ତରଫରୁ ଜିଲ୍ଲାର ସମସ୍ତ ବ୍ଲକରେ ନିଶା ନିବାରଣ ସଚେତନତା ରଥ ପରିକ୍ରମା କରିଥିଲା ଏଥି ସହିତ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଶା ନିବାରଣ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ନିଶା ନିବାରଣ ଦିବସ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ୟାଳୟ ପରିସରରୁ ଟାଉନ ହଲ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା ଏବଂ ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ ହଲ ଠାରେ ଏକ ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହଁର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ, ରାମକୃଷ୍ଣ ଆଶ୍ରମର ସ୍ୱାମୀ ଅଶୋକା ନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ଯୋଗଦେଇ ନିଶା ସେବନର ଅପକାରିତା, ଏହାର ନିରାକରଣ ଓ ଏକ ସୁସ୍ଥ ଓ ନିଶା ମୁକ୍ତ ସମାଜ ଗଠନରେ ବିଶେଷକରୀ ଛାତ୍ରଛାତ୍ରୀ ଓ ଯୁବପିଢିଙ୍କ ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର, ଟ୍ରଫି ଓ ହେଲମେଟ ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande