ପୁରୀ, ୨୬ ଜୁନ୍ (ହି.ସ.)- ଗୁରୁବାର ଘୋଷଯାତ୍ରାର ଅୟମ ଆରମ୍ଭ । ରଥଖଳାରେ ରଥ ପ୍ରସ୍ତୁତ ହୋଇ କନା ମଣ୍ଡଣି ପରେ ତିନିରଥ ଦକ୍ଷିଣମୋଡ ହୋଇ ସିଂହଦ୍ବାର ଦ୍ବାରରେ ଲାଗିଛି । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନିରଥ ଟଣା ଆରମ୍ଭ ହୋଇଥିଲା । ତିନିରଥ ଏବେ ମହାପ୍ରଭୁଙ୍କ ଅପେକ୍ଷାରେ । ରଥ, ପଥ, ଭକ୍ତ, ସାରଥୀ ଏବେ ମହାପ୍ରଭୁଙ୍କ ଅପେକ୍ଷାରେ । ରଥଖଳାରୁ ପ୍ରଥମେ ନନ୍ଦିଘୋଷ ପରେ ଦର୍ପଦଳନ ଓ ଶେଷରେ ତାଳଧ୍ବଜ ରଥକୁ ପୋଲିସ ଟାଣି ଟାଣି ନେଇ ସିଂହଦ୍ବାରରେ ଲଗାଇଥିଲେ ।
ରଥଟଣା ସମୟରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡଃ. ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ବିନୀତ ଅଗ୍ରୱାଲ, ବରିଷ୍ଠ ଅଧିକାରୀଗଣ, ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀଗଣ, ରଥ ନିର୍ମାଣକାରୀ ସେବକ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ