ଭୁବନେଶ୍ୱର, 26 ଜୁନ୍ (ହି.ସ.)- ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ବିଭିନ୍ନ
ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟ କରନ୍ତି। ଏ
ବର୍ଷ ସର୍ବଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଆଗାମୀ ଦିନ ଗୁଡିକରେ ଜନଜାତିର ଗରିବ ଲୋକଙ୍କୁ
ମିଛ କହି ଯେଉଁମାନେ ଗଞ୍ଜେଇ ଚାଷ କରନ୍ତି ସରକାର ତାଙ୍କ ଉପରେ ନଜର ରଖିଛନ୍ତି ବୋଲି ସୂଚନା
ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଜନଜାତିଙ୍କ ପାଇଁ
ଏହାର ବିକଳ୍ପ ଲାଇଭଲିହୁଡ଼ କଣ ହୋଇ ପାରିବ ସେ ନେଇ ପୋଲିସ ବିଭାଗ ସହ ମିଶି ଆଲୋଚନା କରାଯାଉଛି।
ସେମାନଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ କରାଇବା ଓ ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା