ଭୁବନେଶ୍ୱର, 26 ଜୁନ୍ (ହି.ସ.)
- କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ
ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ମାଟିର ସୁଯୋଗ୍ୟ
ସନ୍ତାନ ଆମର ଗର୍ବ ଓ ଗୌରବ କେନ୍ଦ୍ର
ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
ଜଣାଉଛି। ଆପଣଙ୍କ ଦକ୍ଷ ନେତୃତ୍ଵରେ ଭାରତର ଶିକ୍ଷା କ୍ଷେତ୍ରରେ ସଂସ୍କାର ସହ ଯୁବବର୍ଗଙ୍କ ଆଶା, ଆକାଂକ୍ଷା ଏବଂ ସ୍ଵପ୍ନ ସାକାର ହେଉଛି। ମା' ସମଲେଇଙ୍କ ନିକଟରେ
ଆପଣଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା