ରୁଦ୍ରପ୍ରୟାଗ, ୨୭ ଜୁନ୍ (ହି.ସ.)- ବଦ୍ରିନାଥ ରାଜପଥର ଘୋଲତିର ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ପରେ ନିଖୋଜ ୯ ଜଣ ଯାତ୍ରୀଙ୍କୁ ଖୋଜିବା ପାଇଁ ଦ୍ୱିତୀୟ ଦିନରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଶାସନିକ ଏବଂ ପୋଲିସ ଅଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲା ପୋଲିସ, ଅଗ୍ନିଶମ ସେବା, ଏସଡିଆରଏଫ, ଡିଡିଆରଏଫ ଏବଂ ଜଳ ପୋଲିସ ଦ୍ୱାରା ମିଳିତ ଭାବରେ ଏହି ଉଦ୍ଧାର କାର୍ଯ୍ୟ କରାଯାଉଛି । ଡ଼ଙ୍ଗା ଏବଂ ସୋନାର ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଅଳକନନ୍ଦା ନଦୀରେ ତଲାସୀ ଅଭିଯାନ ଚାଲିଛି ଏବଂ ଘଟଣାସ୍ଥଳରୁ ଶ୍ରୀନଗର ପର୍ଯ୍ୟନ୍ତ ଅଂଚଳରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ଯାହାଦ୍ୱାରା କୌଣସି ନିଖୋଜ ଯାତ୍ରୀଙ୍କ ସୁରାକ୍ ମିଳିପାରିବ ।
ଏହି ତଲାସୀ ଅଭିଯାନ ସମୟରେ, ରତୁଡା ନିକଟସ୍ଥ ନଦୀ କୂଳରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ରାସ୍ତା ପାଖରେ ଅଣାଯାଇ ଏକ ଶବବାହକ ଗାଡ଼ି ଦ୍ୱାରା ଜିଲ୍ଲା ହସ୍ପିଟାଲ ରୁଦ୍ରପ୍ରୟାଗକୁ ପଠାଯାଇଥିଲା । ଏସପି ଅକ୍ଷୟ ପ୍ରହ୍ଲାଦ କୋଣ୍ଡେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଆଜି ମିଳିଥିବା ମୃତଦେହ ରାଜସ୍ଥାନର ଶାସ୍ତ୍ରୀ ସର୍କଲର ଉଦୟପୁରର ବାସିନ୍ଦା ସଞ୍ଜୟ ସୋନିଙ୍କର ବୋଲି ଚିହ୍ନଟ ହୋଇଛି, ତାଙ୍କର ବୟସ ୫୫ ବର୍ଷ । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ବର୍ତମାନ ୮ ଜଣ ଯାତ୍ରୀ ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ